ETV Bharat / bharat

ଚାଷରେ ଆତ୍ମନିର୍ଭରଶୀଳ ହେବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଲେ କେରଳ ସରକାର

author img

By

Published : Apr 22, 2020, 10:14 AM IST

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରାଜ୍ୟବାସୀଙ୍କୁ ଖାଦ୍ୟଶସ୍ୟ ଉତ୍ପାଦନ ତଥା ଫଳ ଏବଂ ପନିପରିବା ଚାଷରେ ଆତ୍ମନିର୍ଭରଶୀଳ ହେବାକୁ କହିଛନ୍ତି ।

kerala cm
ଚାଷରେ ଆତ୍ମନିର୍ଭରଶୀଳ ହେବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଲେ କେରଳ ସରକାର

ଥିରୁଅନନ୍ତପୁରମ୍: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରାଜ୍ୟର ଲୋକଙ୍କୁ ଖାଦ୍ୟଶସ୍ୟ ଉତ୍ପାଦନ ତଥା ଫଳ ଏବଂ ପନିପରିବା ଚାଷରେ ଆତ୍ମନିର୍ଭରଶୀଳ ହେବାକୁ କହିଛନ୍ତି । ଯାହା ଦ୍ବାରା ଭବିଷ୍ୟତରେ କୌଣସି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ହୋଇପାରିବେ। ଏଥିସହ ସେ କହିଛନ୍ତି ଖାଦ୍ୟଶସ୍ୟ, ଫଳ ଏବଂ ପନିପରିବାର ପାଇଁ କେରଳ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ରହୁଛି ।

ବର୍ତ୍ତମାନ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଷ୍ଟକ୍ ରହିଛି । ବର୍ତ୍ତମାନ ପାଇଁ କୌଣସି ସମସ୍ୟା ହେବନାହିଁ । କିନ୍ତୁ ଯଦି କୋରୋନା ମହାମାରୀ ସ୍ଥିତି ଦୀର୍ଘ ଦିନ ଧରି ଏହିପରି ରହିବ ତେବେ ଆମକୁ ଭବିଷ୍ୟତ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ । ଏଣୁ କୃଷି କ୍ଷେତ୍ରରେ ଆମକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ପିନାରାଇ ବିଜୟନ କହିଛନ୍ତି ।

ରାଜ୍ୟ କୃଷି ବିଭାଗ ସ୍ଥାନୀୟ ସ୍ୱୟଂ ସରକାର ସହ ମିଶି ଏକ ବଡ ଯୋଜନା ପ୍ରସ୍ତୁତ କରୁଛନ୍ତି । ଆମେ ଯଥା ସମ୍ଭବ ଚେଷ୍ଟା କରୁଛୁ କୃଷି ଜମିର ସର୍ବୋତ୍ତମ ଉପଯୋଗ କରି ରୋଷେଇ ଘର ବଗିଚା, ଛାତରେ ଚାଷ ଏବଂ ସମ୍ପ୍ରଦାୟ ପ୍ରକଳ୍ପକୁ ବ୍ୟବହାର କରି ପନିପରିବା ଚାଷରେ ଉନ୍ନତି ଆଣିବା ପାଇଁ ବୋଲି ପିନାରାଇ ବିଜୟନ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.