ETV Bharat / bharat

କେରଳରେ 100ଦିନରେ 100ଟି ପ୍ରକଳ୍ପ: ଘୋଷଣା କଲେ ପିନାରାଇ ବିଜୟନ

author img

By

Published : Aug 31, 2020, 12:02 AM IST

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରବିବାର ରାଜ୍ୟରେ 100ଦିନରେ 100ଟି ପ୍ରକଳ୍ପ ଘୋଷଣା କରିଛନ୍ତି । ଯାହା ଆସନ୍ତା 100 ଦିନ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି। ରାଜ୍ୟର ସାମାଜିକ-ଅର୍ଥନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

କେରଳରେ 100ଦିନରେ 100ଟି ପ୍ରକଳ୍ପ: ଘୋଷଣା କଲେ ପିନାରାଇ ବିଜୟନ
କେରଳରେ 100ଦିନରେ 100ଟି ପ୍ରକଳ୍ପ: ଘୋଷଣା କଲେ ପିନାରାଇ ବିଜୟନ

ତିରୁବନନ୍ତପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରବିବାର ରାଜ୍ୟରେ 100ଦିନରେ 100ଟି ପ୍ରକଳ୍ପ ଘୋଷଣା କରିଛନ୍ତି । ଯାହା ଆସନ୍ତା 100 ଦିନ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି। ରାଜ୍ୟର ସାମାଜିକ-ଅର୍ଥନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହା ହେଉଛି ଲୋକଙ୍କ ପାଇଁ କେରଳ ସରକାରଙ୍କ ଓନମ ଉପହାର । କୋଭିଡ ମହାମାରୀ ସମୟରେ କେରଳର ଅର୍ଥନୀତି ସ୍ଥିର ହେବା ଉଚିତ ନୁହେଁ । ଲୋକଙ୍କ ପରିବର୍ତ୍ତନ ଆବଶ୍ୟକତା ଅନୁଯାୟୀ ଆମକୁ ନୂତନ ଆହ୍ବାନର ସମ୍ମୁଖୀନ ହେବାକୁ ପଡିବ। ସେଥିପାଇଁ ମହାମାରୀ ହେତୁ ବିଳମ୍ବିତ ହୋଇଥିବା ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରାଯିବ । ମୁଁ ନିଶ୍ଚିତ ଯେ 100 ଦିନର କାର୍ଯ୍ୟ ଯୋଜନାରେ 100ଟି ପ୍ରକଳ୍ପ ଅର୍ଥନୀତି ଏବଂ ସାମାଜିକ ଅଭିବୃଦ୍ଧି କରାଯାଇବ ।

ବିଧାନସଭା ନିର୍ବାଚନ ନିକଟରେ ଥିବାବେଳେ କେରଳ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। କୋରୋନା ସଙ୍କଟ ସମୟରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଖାଦ୍ୟ କିଟ୍ ବଣ୍ଟନ ଆସନ୍ତା ଚାରିମାସ ପର୍ଯ୍ୟନ୍ତ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଖାଦ୍ୟ ସାମଗ୍ରୀ କିଟ୍ ରାସନ ଦୋକାନ ମାଧ୍ୟମରେ ବଣ୍ଟନ କରାଯିବ । ଏହା ଦ୍ବାରା ରାଜ୍ୟର ପ୍ରାୟ 88 ଲକ୍ଷ ରାସନ କାର୍ଡଧାରୀଙ୍କୁ ସିଧାସଳଖ ଉପକୃତ ହେବେ ।

ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସରକାର ସାମାଜିକ କଲ୍ୟାଣ ପେନସନ ବଣ୍ଟନରେ ପରିବର୍ତ୍ତନ ଆଣିଛନ୍ତି । ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ପେନସନକୁ 100 ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି ଏବଂ ତାହା ମାସିକ ପ୍ରଦାନ କରାଯିବ । ସରକାର କ୍ଷମତାକୁ ଆସିବା ପରଠାରୁ ଏହା ଧୀରେ ଧୀରେ ପେନ୍‌ସନ୍‌କୁ 600ରୁ 1300 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ ହିତାଧିକାରୀଙ୍କ ସଂଖ୍ୟା 35 ଲକ୍ଷରୁ 58 ଲକ୍ଷକୁ ବୃଦ୍ଧି ପାଇଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.