ଥିରୁଅନନ୍ତପୁରମ: ରବିବାର ଠାରୁ ନିଖୋଜ ଥିବା କୋଟାୟମ୍ ଚର୍ଚ୍ଚର ଜଣେ ଲୋକପ୍ରିୟ କ୍ୟାଥୋଲିକଙ୍କ ମୃତଦେହ ସୋମବାର ସକାଳେ ଚର୍ଚ୍ଚ ପରିସରରେ ଥିବା କୂଅରୁ ଉଦ୍ଧାର କରାଯାଇଛି । 57 ବର୍ଷ ବୟସ୍କ ଥୋମାସ୍ ଏଟପରାୟିଲ ଗତ ବର୍ଷ ଆମେରିକାରୁ ଫେରି କୋଟାୟାମ ନିକଟ ପୁନ୍ନାଥୁରାର ଥୋମାସ ଚର୍ଚ୍ଚର ପ୍ରତିନିଧି ଭାବରେ ଦାୟିତ୍ ଗ୍ରହଣ କରିଥିଲେ । ତେବେ ତାଙ୍କ ନିଖୋଜ ନେଇ ଚିନ୍ତିତ ସେହି ଅଞ୍ଚଳର ସଦସ୍ୟମାନେ ନିଖୋଜ କ୍ୟାଥୋଲିକଙ୍କ ବିଷୟରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ତେବେ ସୋମବାର ସକାଳେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନରେ ଥୋମାସଙ୍କ ମୃତଦେହକୁ ଚର୍ଚ୍ଚର କୂଅରେ ଦେଖିବାକୁ ମିଳିଥିଲା । ପୋଲିସର ସୂଚନାନୁସାରେ ମୃତଦେହ ନିକଟରୁ ଏକ ପ୍ଲାଷ୍ଟିକ ଦଉଡି ମଧ୍ୟ ଉଦ୍ଧାର କରାଯାଇଛି ଏବଂ ସେ ରହୁଥିବା ଘରର ସିସିଟିଭି ମଧ୍ୟ ବନ୍ଦ ହୋଇଯାଇଛି । ତେବେ ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ