ETV Bharat / bharat

କେରଳରୁ 530 ଲିଟର ବେଆଇନ ମଦ ଜବତ କଲା ଅବକାରୀ ବିଭାଗ

author img

By

Published : Apr 6, 2020, 10:44 AM IST

କେରଳର ୱାୟେନାଡ ଅବକାରୀ ବିଭାଗ 530 ଲିଟର ବେଆଇନ ମଦ ଏବଂ 45 ଲିଟର ଦେଶୀ ମଦ ଜବତ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କେରଳରୁ 530 ଲିଟର ବେଆଇନ ମଦ ଜବତ କଲା ଅବକାରୀ ବିଭାଗ
କେରଳରୁ 530 ଲିଟର ବେଆଇନ ମଦ ଜବତ କଲା ଅବକାରୀ ବିଭାଗ

ଥିରୁବନ୍ତପୁରମ: ସାରାଦେଶରେ ଜାରି ରହିଛି ଲକଡାଉନ । ଏହାର ଭରପୁର ଫାଇଦା ଉଠାଉଛନ୍ତି ଚାଲାଣକାରୀମାନେ । କେରଳର ୱାୟେନାଡ ଅବକାରୀ ବିଭାଗ 530 ଲିଟର ବେଆଇନ ମଦ ଏବଂ 45 ଲିଟର ଦେଶୀ ମଦ ଜବତ କରିଛି । ଏଥିପୂର୍ବରୁ ଅବକାରୀ ବିଭାଗ ମୁନ୍ନାରରୁ 34 ଲିଟର ସ୍ପିରିଟ ମଧ୍ୟ ଜବତ କରିଥିଲା ।

ମୋଦିଙ୍କ ଲକଡାଉନ ଘୋଷଣା ପରେ ଦେଶର ସମସ୍ତ ମଦ ଦୋକାନ ବନ୍ଦ ରହିଛି । ଏହାର ଫାଇଦା ଉଠାଇ ଚାଲାଣକାରୀମାନେ ଚୋରାରେ ମଦ ବିକ୍ରି କରିବାକୁ ପ୍ରୟାସ କରୁଥିବା ବେଳେ ଧରାପଡିଛନ୍ତି । ଏହା ବ୍ୟତୀତ ମଦ ଦୋକାନ ଏବଂ ମଦ ବିକ୍ରି ବନ୍ଦ ହେବା ଯୋଗୁଁ କେରଳର ବିଭିନ୍ନ ଅଞ୍ଚଳରୁ ଆତ୍ମହତ୍ୟା ମାମଲା ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଯେଉଁମାନଙ୍କୁ ଡାକ୍ତର ମଦ ପିଇବାକୁ ପରାମର୍ଶ ଦେଇଛନ୍ତି ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ମଦ ପ୍ରଦାନ କରାଯିବ ଏକ ଔଷଧ ମାଧ୍ୟମରେ ବୋଲି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟାନ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.