ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅଭିଯୁକ୍ତଙ୍କ ଏନକାଉଣ୍ଟ ମାମଲାକୁ ନେଇ ଲୋକସଭାରେ ମତ ରଖିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏହା ସହିତ ସେ ନାରୀ ସୁରକ୍ଷାକୁ ରାଜନୀତି ଏବଂ ସମ୍ପ୍ରଦାୟ ସହ ଯୋଡିବା ପ୍ରସଙ୍ଗକୁ ନିନ୍ଦା କରିଛନ୍ତି।
ଗୋଟିଏ ପଟେ ଦେଶରେ ରାମ ମନ୍ଦିର ନିର୍ମାଣ କରାଯାଉଛି ଅନ୍ୟପକ୍ଷରେ ସୀତା ମାତାଙ୍କୁ ଜାଳି ଦିଆଯାଉଛି ବୋଲି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ କହିଥିଲେ । ଯାହାକୁ ବିରୋଧ କରି ଅନୁଭବ କହିଛନ୍ତି, 'ସର୍ବଦା ନାରୀର ସମ୍ମାନ କରିବା ଉଚିତ । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ଗୃହରେ ସମସ୍ତେ ଏକଜୁଟ ହେଉଛନ୍ତି ତାହା ଅତ୍ୟନ୍ତ ପ୍ରସଂଶନୀୟ। ହେଲେ ଏହାକୁ ରାଜନୈତିକ ଏବଂ ସାମ୍ପ୍ରଦାୟିକ ପ୍ରସଙ୍ଗ କରିବା ଅତ୍ୟନ୍ତ ନିନ୍ଦନୀୟ।'