ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର କୋରୋନାରେ ମୃତ୍ୟୁ ହୋଇଥିବା ଜଣେ ସ୍ବଚ୍ଛତା କର୍ମଚାରୀ ରାଜୁଙ୍କ ପରିବାରକୁ 1 କୋଟି ଟଙ୍କାର ଚେକ ପ୍ରଦାନ କରିଛନ୍ତି । ରାଜୁ କର୍ତ୍ତବ୍ୟରତ ଥିବା ବେଳେ COVID-19 କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।
ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ରାଜୁ ଲୋକଙ୍କ ସେବା କରିବା ସମୟରେ ତାଙ୍କର ମୃତ୍ୟୁ ହେଇଛି । ଏହିପରି ସମସ୍ତ କୋରୋନା ଯୋଦ୍ଧାମାନଙ୍କ ପାଇଁ ସେ ଗର୍ବିତ ବୋଲି ଦିଲ୍ଲୀ ମୁ୍ଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଦିଲ୍ଲୀରେ 11,271 ସକ୍ରିୟ ମାମଲା ରହିଛି। ଗତ ବୁଧବାର କେଜ୍ରିୱାଲ ପିରାଗରୀରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଅଗ୍ନିଶମ କର୍ମଚାରୀ ଅମିତ ବାଲାନଙ୍କ ପରିବାରକୁ 1 କୋଟି ଟଙ୍କା ପ୍ରଦାନ କରିଥିଲେ।
@ANI