ETV Bharat / bharat

କେଜ୍ରିୱାଲ ସରକାରଙ୍କ ଅନୁମୋଦନ: କହ୍ନେୟାଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା - କହ୍ନେୟା କୁମାର ଦେଶଦ୍ରୋହ ମାମଲା

ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ କରିବାକୁ କେଜ୍ରିୱାଲ ସରକାର ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 28, 2020, 8:39 PM IST

ନୂଆଦିଲ୍ଲୀ: ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ କରିବାକୁ କେଜ୍ରିୱାଲ ସରକାର ଅନୁମତି ଦେଇଛନ୍ତି । କହ୍ନେୟା କୁମାରଙ୍କ ବିରୋଧରେ 2016ରେ ଦାଖଲ ହୋଇଥିବା ଦେଶଦ୍ରୋହ ମାମଲାରେ ସ୍ପେଶାଲ ସେଲ୍ ଫେବୃଆରୀ 19 ରେ ଦିଲ୍ଲୀ ସରକାରଙ୍କୁ ଏକ ଚିଠି ଲେଖିଥିଲେ ।

ଏହି ଦିଗରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚିଠିକୁ ସ୍ବତନ୍ତ୍ର ସେଲ୍ ଡିସିପି ପ୍ରମୋଦ କୁଶୱାଙ୍କୁ ପଠାଯାଇଛି । ଏଥିରେ ସ୍ପେଶାଲ୍ ସେଲ୍ ଏହି ମାମଲାରେ ପୁଣି ଥରେ ଚାର୍ଜସିଟ୍‌ ଦାଖଲ କରିବାକୁ ଦିଲ୍ଲୀ ସରକାରଙ୍କଠାରୁ ଅନୁମତି ମାଗିଥିଲେ ।

ସ୍ପେଶାଲ୍ ସେଲର ଡିସିପି ପ୍ରମୋଦ କୁଶୱାଙ୍କ ଦ୍ବାରା ଲେଖାଯାଇଥିବା ଚିଠିରେ, 9 ଫେବୃଆରୀ 2016 ରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ କିଛି ଲୋକଙ୍କ ଏକତ୍ରୀତ ହେବାର ଦେଖିବାକୁ ମିଳିଥିଲା ।

ଏହି ଏକତ୍ରିତ ଭିଡ ବିରୋଧରେ ଅଭିଯୋଗ ହୋଇଛି ଯେ ଏହି ଲୋକମାନେ ଜେଏନୟୁ ପ୍ରଶାସନର ଅନୁମତି ବିନା ଏଠାରେ ଏକାଠି ହୋଇଥିଲେ । ପରେ କିଛି ଲୋକ ଏହିସ୍ଥାନରେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ । ଏ ସମ୍ପର୍କରେ ବସନ୍ତ କୁଞ୍ଜ ଉତ୍ତର ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ଥାନୀୟ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା ​​କିନ୍ତୁ 29 ଫେବୃଆରୀ 2016 ରେ ଏହାର ତଦନ୍ତ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଇଥିଲା ।

ଏହି ମାମଲାର ତଦନ୍ତ ଶେଷ କରିବା ପରେ, 14 ଜାନୁୟାରୀ 2019 ରେ, ପୋଲିସ ଭାରତୀୟ ଦଣ୍ଡ ବିଧାନ (ସିଆରପିସି)ର ଧାରା 173 (2) ଅନୁଯାୟୀ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଥିଲା ।

ଏହାପୂର୍ବରୁ 10 ଜାନୁୟାରୀ 2019 ରେ ସ୍ପେଶାଲ ସେଲ୍‌ ଏହି ମାମଲାର ବିଚାର ପାଇଁ ଦିଲ୍ଲୀ ସରକାରଙ୍କ ଅନୁମତି ମାଗିଥିଲେ । ଏହାସହ ଏଥିପାଇଁ ଗୃହମନ୍ତ୍ରଣାଳକୁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

ମାତ୍ର ସରକାର ଏହି ମାମଲାରେ କୋର୍ଟରେ ଦେଶଦ୍ରୋହ ମାମଲା ପରିଚାଳନା କରିବାକୁ ପୋଲିସକୁ ଅନୁମତି ଦେଇନଥିଲେ । ସୂଚନା ଯୋଗ୍ୟ ଯେ ଚଳିତ ବିଧାନସଭା ନିର୍ବାଚନରେ ​​ବିଜେପି କେଜ୍ରିୱାଲ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.