ETV Bharat / bharat

ନିଜ ଦଳର ପରାଜୟକୁ ସ୍ବୀକାର କଲେ କେଜରିଓ୍ବାଲ - accept

ଆମ ଆଦମୀ ପାର୍ଟୀର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଚଳିତ ଲୋକସଭା ନିର୍ବାଚନରେ ନିଜ ଦଳର ହାରକୁ ସ୍ବୀକାର କରିଛନ୍ତି । ଏଥିସହ ସେ ଏହାର କାରଣକୁ ଏକ ପତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ
author img

By

Published : May 29, 2019, 11:02 PM IST

ନୂଆଦିଲ୍ଲୀ: ନିଜ ଦଳର ଦୟନୀୟ ହାରକୁ ସ୍ବୀକାର କରିଛନ୍ତି ଆପ୍ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ । ଆମ ଆଦମୀ ପାର୍ଟୀର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଚଳିତ ଲୋକସଭା ନିର୍ବାଚନରେ ନିଜ ଦଳର ପରାଜୟ କାରଣକୁ ଏକ ପତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ମତଦାତାମାନେ ଏହି ନିର୍ବାଚନକୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଦେଖିଥିଲେ । ଯାହାଫଳରେ ଫଳାଫଳ ଆଶାନୁଯାୟୀ ମିଳିନଥିଲା ।

ଏଥିସହ ସେ କହିଥିଲେ, ସେ ଯେଉଁ କାରଣ ହେଉ ନା କାହିଁକି, ଆମେ ଜନତାଙ୍କୁ ଏହା ବୁଝାଇବାରେ ଅକ୍ଷମ ରହିଲୁ ଯେ, ସେମାନେ ଆମ ଦଳକୁ କଣ ପାଇଁ ଭୋଟ ଦେବେ । ସେଥିପାଇଁ ଆମ ଦଳ ଏତେ ଶୋଚନୀୟ ଭାବେ ହାରିଥିଲା ।

ପ୍ରକାଶ ଥାଉକି, ଚଳିତ ନିର୍ବାଚନରେ ଆମ୍ ଆଦମୀ ପାର୍ଟୀ 40ଟି ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢିଥିଲା । ମାତ୍ର ଏହି ଦଳ ପଞ୍ଜାବର ଲୋକସଭା କ୍ଷେତ୍ରରୁ ଗୋଟିଏ ସିଟ୍ ପାଇ ଜିତି ପାରିଥିଲା । ତେବେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟୀର ମୁଖ୍ୟ ତଥା ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରେ ଥିଲେ ମଧ୍ୟ ଚଳିତ ନିର୍ବାଚନରେ ବିଜେପି ସାତୋଟି ଯାକ ଆସନକୁ କବଜା କରିନେଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.