ETV Bharat / bharat

ଲକଡାଉନ 2.0: ଖୁସି ରହିବାର ରହସ୍ୟ ସୁସ୍ଥ ଶରୀର - ଲକଡାଉନ ଟିପ୍ସ

ଶରୀର ସୁସ୍ଥ ରହିଲେ ମନ ଭଲ ରହିବ ଏବଂ ଆପଣ ବିରକ୍ତ କିମ୍ବା ଚିଡଚିଡା ହେବେନି । ସବୁବେଳେ ହସଖୁସିରେ ରହିବେ । ଅଧିକ ପଢନ୍ତୁ...

ଲକଡାଉନ 2.0: ଖୁସି ରହିବାର ରହସ୍ୟ ସୁସ୍ଥ ଶରୀର

author img

By

Published : Apr 25, 2020, 6:32 AM IST

ହାଇଦ୍ରାବାଦ: ଲକଡାଉନ ଆମ ପାଇଁ ପରୋକ୍ଷ ଭାବରେ ଆଶୀର୍ବାଦ ହୋଇଛି । କର୍ମବ୍ୟସ୍ତ ଜୀବନରେ ଆମ ନିଜ ପାଇଁ ସମୟର ଅଭାବ ସବୁବେଳେ ଦେଖାଦିଏ । ଫଳରେ ନିଜ ଅଜାଣତରେ ଆମେ ଶରୀରର ଅନେକ ହାନି କରିଥାଉ । ହେଲେ ଲକଡାଉନରେ ଆମ ପାଇଁ 2ଟି ଫାଇଦା ରହିଛି । ଗୋଟିଏ ହେଉଛି ଅଫିସ ଚାପ ନାହିଁ । ଆଉ ଆମ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି । ତେଣୁ ଏହାର ଫାଇଦା ଉଠାଇ ଆସନ୍ତୁ ନିଜ ଘରକୁ ଜିମ୍‌ ବନାଇବା ।

ଏହି ସମୟରେ ଘରେ ଅଛନ୍ତି ବୋଲି ଅଳସୁଆମି ଦେଖାଇ ୱାର୍କଆଉଟ ମିସ କରନ୍ତୁନି । ଶରୀରକୁ ସୁସ୍ଥ ରଖନ୍ତୁ । କିଛି ୱାର୍କଆଉଟ ଟିପ୍ସ ଆପଣାନ୍ତୁ । ଶାରୀରିକ ବ୍ୟାୟାମ, ଯୋଗ ସହ ଘରେ ଜିମ୍‌ର କିଛି ପ୍ରଣାଳୀକୁ ଫଲୋ କରନ୍ତୁ । ସୁସ୍ଥ ରହିବା ନିହାତି ଆବଶ୍ୟକ । କାରଣ ମେଦବହୁଳତା ସହ ରୋଗ ସଂକ୍ରମଣର ଆଶଙ୍କା ଏଡାଇବାକୁ ଯୋଗ ଓ ବ୍ୟାୟାମ ଶ୍ରେଷ୍ଠ ଉପାୟ । ଏହି ସମୟରେ ସ୍ବସାଦୁ ଖାଦ୍ୟ ନଖାଇ ନିଜ ଶରୀର ପ୍ରତି ଧ୍ୟାନ ଦେବାର ଆବଶ୍ୟକ ରହିଛି । ଶରୀର ସୁସ୍ଥ ରହିଲେ ମନ ଭଲ ରହିବ ଏବଂ ଆପଣ ବିରକ୍ତ କିମ୍ବା ଚିଡଚିଡା ହେବେନି । ସବୁବେଳେ ହସଖୁସିରେ ରହିବେ ।

ଘରେ ଆପଣ କିଛି ପୁରୁଣା ଓ ପିଲାବେଳର ଖେଳକୁ ପୁଣି ଫେରାଇଆଣିପାରିବେ । ଏହା କୌଣସି ବ୍ୟାୟାମଠାରୁ କମ ନୁହେଁ । ସ୍କିପିଂ, ଜମ୍ପିଂ ଜାକ୍ସ, ପୁସ-ଅପ, ପୁଲ-ଅପ, ପ୍ଲାଙ୍କସ୍‌, ସାଇଡ ପ୍ଲାଙ୍କସ୍‌ ଭଳି ବ୍ୟାୟାମ ଆପଣ ଘରେ କରନ୍ତୁ । ଏସବୁ ଛୋଟ ଓ ସହଜ ହୋଇପାରେ କିନ୍ତୁ ଏହି ସମୟରେ ଅନେକ ଦରକାରୀ । ଏପରିକି ଘର ଝାଡୁ କରିବା, ଅଳନ୍ଧୁ ସଫା କରିବା ଭଳି କାମ ଆପଣଙ୍କ ପାଇଁ ଉତ୍ତମ ବ୍ୟାୟାମ ହୋଇପାରିବ ।

ଆପଣ ଯୋଗ, ଜୁମ୍ବା କିମ୍ବା ଏରୋବିକ୍ସ କରିପାରିବେ । ସବୁଠାରୁ ସହଜ ଓ ଉତ୍ତମ ଉପାୟ ହେଉଛି ଡାନ୍ସ । ନିଜ ପସନ୍ଦର ଗୀତ ଲଗାଇ ସେଥିରେ କିଛି ସମୟ ନାଚନ୍ତୁ । ପରିବାର ଲୋକେ ମଧ୍ୟ ଆପଣଙ୍କୁ ସାଥ ଦେଇପାରିବେ । ଆପଣଙ୍କୁ ଭଲ ଲାଗିବା ସହ ସମସ୍ତଙ୍କ ମନୋରଞ୍ଜନ ହୋଇପାରିବ । ପ୍ରକୃତରେ ଡାନ୍ସ ଏକ ଚତ୍ମକାର ବ୍ୟାୟାମ କହିଲେ ଭୁଲ ହେବନି ।

କୌଣସି ପରିସ୍ଥିତିରେ ନିଜ ଶରୀରକୁ ଅଳସୁଆମିର ଶିକାର ହେବାକୁ ଦିଅନ୍ତୁନି । ଘରେ କିଛି ବି କାମ କରନ୍ତୁ କିନ୍ତୁ ନିଜକୁ ବ୍ୟସ୍ତ ରଖନ୍ତୁ । ଶାରୀରିକ ଭାବେ ସୁସ୍ଥ ରହନ୍ତୁ । ମନ ଭଲ ରହିବ ଏବଂ ଆପଣଙ୍କ ଏହି ସମୟ ହସଖୁସିରେ କଟିଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.