ଡେରାଡୁନ: ଆଜି (ଗୁରୁବାର)ଠୁ ଆରମ୍ଭ ହେଲା ବାବା କେଦାରନାଥଙ୍କ ଦର୍ଶନ । ପ୍ରାତଃ 5ଟା 35ରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା କେଦାରନାଥ ମନ୍ଦିର । କବାଟ ଖୋଲିବା ପୂର୍ବରୁ ଭଗବାନ ଶିବଙ୍କ ଜଳାଭିଷେକ କରାଯାଇଥିଲା । ତେବେ ମନ୍ଦିର ଖୋଲିବା ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ପାଖାପାଖି 5ରୁ 6 ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।
କେଦାରନାଥଙ୍କ ଦର୍ଶନ ପାଇଁ ଏକ କିଲୋମିଟରରୁ ଦେଢ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଧାଡି ହୋଇଥିବା ଦେଖିବାକୁ ମିଳିଛି । ମନ୍ଦିରକୁ ଫୁଲରେ ସଜା ହୋଇଥିବା ଦେଖିବାକୁ ମିଳିଛି । 6 ମାସ ପର୍ଯ୍ୟନ୍ତ ବନ୍ଦ ହୋଇଥିବା ମନ୍ଦିର ଆଜି ସକାଳେ 6 ମାସ ପାଇଁ ଖୋଲାଯାଇଛି । ତେବେ ମନ୍ଦିର ଖୋଲାଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
ସୂଚନା ଥାଉକି, ଆଜି କେଦାରନାଥ ମନ୍ଦିର ଖୋଲିଥିବାବେଳେ ଆସନ୍ତାକାଲି(ଶୁକ୍ରବାର) ବଦ୍ରୀନାଥ ମନ୍ଦିର ଖୋଲିବ ।