ETV Bharat / bharat

ସୋସିଆଲ ମିଡିଆରେ ଟ୍ରେଣ୍ଡିଂ, ହ୍ବିଲଚେୟାରରେ ସଫେଇ ଅଭିଯାନ

author img

By

Published : Oct 3, 2019, 1:02 PM IST

150ତମ ଗାନ୍ଧୀ ଜୟନ୍ତୀରେ ଦେଶରେ ଆରମ୍ଭ ହୋଇଛି ସ୍ବଚ୍ଛତା ଝଡ । ସମଗ୍ର ଦେଶରେ ଆରମ୍ଭ ହୋଇଛି ସ୍ବଚ୍ଛତା ଓ ଫିଟନେସ ଅଭିଯାନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟନେସ ମନ୍ତ୍ର ଓ ସ୍ବଚ୍ଛ ଭାରତ ଅଭିଯାନର ଏକ ମିଳିତ ଅଭିଯାନ ‘ପ୍ଲଗିଙ୍ଗ ରନ୍‌’ ମଧ୍ୟ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଟ୍ବିଟର @KirenRijiju

ଶ୍ରୀନଗର: 150ତମ ଗାନ୍ଧୀ ଜୟନ୍ତୀରେ ଦେଶରେ ଆରମ୍ଭ ହୋଇଛି ସ୍ବଚ୍ଛତା ଝଡ । ସମଗ୍ର ଦେଶରେ ଆରମ୍ଭ ହୋଇଛି ସ୍ବଚ୍ଛତା ଓ ଫିଟନେସ ଅଭିଯାନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟନେସ ମନ୍ତ୍ର ଓ ସ୍ବଚ୍ଛ ଭାରତ ଅଭିଯାନର ଏକ ମିଳିତ ଅଭିଯାନ ‘ପ୍ଲଗିଙ୍ଗ ରନ୍‌’ ମଧ୍ୟ ଆରମ୍ଭ ହୋଇଛି । ଏହି ଅଭିଯାନର ଲକ୍ଷ୍ୟ ରହିଛି ଦେଶରେ କୋଣ ଅନୁକୋଣରେ ଫିଟନେସ ସହ ସ୍ବଚ୍ଛତାର ବାର୍ତ୍ତା ପହଞ୍ଚାଇବା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ, ଟ୍ବିଟର @KirenRijiju

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ମହତ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କରିପାରିଛନ୍ତି କଶ୍ମୀରର ହ୍ବିଲଚେୟାର ବାସ୍କେଟବଲ ଖେଳାଳୀ ଇନଶାହ ବସିର । ନିଜ ହ୍ବିଲ ଚେୟାରରେ ବସି ଇନଶାହଙ୍କ ସଫେଇ ଅଭିଯାନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ସାଉଣ୍ଟିବାରେ ଲାଗିଛି ଲୋକଙ୍କ ପ୍ରଶଂସା । କେବଳ ଯେ ନିଜ ହ୍ବିଲ ଚେୟାରରେ ବସି ଇନଶାହ ସଫେଇ କରୁଛନ୍ତି ତାହା ନୁହେଁ, ସେ ସମଗ୍ର ଦେଶବାସୀଙ୍କୁ ମଧ୍ୟ ସଫେଇ ଅଭିଯାନରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି ।

kashmir wheelchair basketball player, inshah basir, plogging run mission, swachh bharat mission, ପ୍ଲଗିଙ୍ଗ ରନ ଅଭିଯାନ, ସ୍ବଚ୍ଛ ଭାରତ ଅଭିଯାନ, କଶ୍ମୀର ହ୍ବିଲଚେୟାର ଖେଳାଳୀ, ଇନଶାହ ବସିର

ସେ କହିଛନ୍ତି କି ଯଦି ମୁଁ ହ୍ବିଲଚେୟାରରେ ବସି ସଫେଇ କରିପାରୁଛି, ତେବେ ଆପଣ କାହିଁକି ନୁହେଁ ? ଇନଶାହଙ୍କ ଏହି ଉଦ୍ୟମ ସତରେ ପ୍ରଶଂସନୀୟ । ଏହା ଅନେକଙ୍କୁ ‘ପ୍ଲଗିଙ୍ଗ ରନ୍‌’ ପାଇଁ ଆକର୍ଷିତ କରିବା ସହ ଅଭିଯାନରେ ସାମିଲ କରିବ ଏଥିରେ ଦ୍ବିମତ ନାହିଁ । ଖୋଦ କ୍ରୀଡାମନ୍ତ୍ରୀ କିରଣ ରିଜ୍‌ଜୁ ଏହାକୁ ଟ୍ବିଟ କରି ସମସ୍ତଙ୍କ ପାଇଁ ଏକ ଉଦାହରଣ ବୋଲି ଦର୍ଶାଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.