ETV Bharat / bharat

ସଂଶୟବାଦର ଯବକାଚରେ କାଶ୍ମୀର

ସମ୍ବିଧାନର 370 ଧାରା ଉଚ୍ଛେଦ ପରବର୍ତ୍ତୀ ସମୟରେ ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ସଂଶୟ, ଭୟ, ଅବିଶ୍ବାସ ଏବଂ ଅନାସ୍ଥାଭାବ ଖୁବ ଅଧିକ ବଢ଼ିଯାଇଛି ଏବଂ ବାସ୍ତବ କ୍ଷେତ୍ରରେ ଅନେକ ସ୍ଥାନରେ ଉପୁଜିଥିବା ସଂଘର୍ଷରୁ ଏହା ସ୍ପଷ୍ଟ ପ୍ରତୀୟମାନ ହୋଇଛି । ଅଧିକ ପଢ଼ନ୍ତୁ...

scepticism, kashmir, lockdown in kashmir, lockdown, covid-19, ସଂଶୟବାଦ, କଶ୍ମୀର, କଶ୍ମୀରରେ ଲକଡାଉନ, ଲକଡାଉନ, କୋଭିଡ-19
ସଂଶୟବାଦର ଯବକାଚରେ କାଶ୍ମୀର
author img

By

Published : Apr 19, 2020, 12:49 AM IST

ରାଜନୈତିକ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ, ସଂଘର୍ଷପୂର୍ଣ୍ଣ ସ୍ଥିତି ଉପୁଜିଲେ ପ୍ରଗତି ଓ ଅଭିବୃଦ୍ଧିର ଗତି ଥମିଯାଏ । ସଂଘର୍ଷକୁ ଅଙ୍ଗେ ନିଭାଉଥିବା ବିଭିନ୍ନ ସଂପ୍ରଦାୟ ମଧ୍ୟରେ ମାତ୍ରାଧିକ ସଂଶୟବାଦ ଜାତ ହୁଏ ଏବଂ ବେଳେବେଳେ, ଅଧିକ ଦୃଢ଼ ସ୍ଥିତିରେ ଥିବା ସଂପ୍ରଦାୟ ତୁଳନାରେ ଅତି ସାଧାରଣ ମନେ ହେଉଥିବା ପ୍ରସଙ୍ଗକୁ ନେଇ କୌଣସି ସଂପ୍ରଦାୟ ଭିତରେ ସନ୍ଦେହ ପ୍ରକାଶ ପାଇଥାଏ । ସଂଘର୍ଷ ଏବଂ ସଂକଟ କାରଣରୁ କୌଣସି ସଂପ୍ରଦାୟର ସୁନ୍ଦର ଭବିଷ୍ୟତ ଗଠନ ଦିଗରେ ଗୁରୁତ୍ବପୂର୍ଣ୍ଣ ବିବେଚିତ ବିଭିନ୍ନ କ୍ଷେତ୍ରରେ ଚରମ ବିଫଳତା ଲକ୍ଷ୍ୟ କରାଯାଏ । ଏଥିରେ ରହିଛି ସାମାଜିକ ମୂଲ୍ୟବୋଧ, ଜନସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର । ଏକ ମାନବୀୟ ସଂକଟ ସମୟରେ ପରସ୍ପର ମଧ୍ୟରେ ବିଶ୍ବାସର ଅଭାବ ଏବଂ ସନ୍ଦେହବାଦକୁ ଭୁଲିଯିବା ହିଁ ଶ୍ରେୟସ୍କର । କିନ୍ତୁ କାଶ୍ମୀର ପ୍ରସଙ୍ଗରେ ତାହା ହୋଇ ପାରିନାହିଁ ।

ଅନେକ ସମୟରେ ଶାସନ ବ୍ୟବସ୍ଥା ଉପରେ ଅବିଶ୍ବାସ ଏବଂ ଅନାସ୍ଥା ହିଁ ସମାଜରୁ ଦୋଷ ତ୍ରୁଟି ସୁଧାରିବା ସହିତ ଏହାକୁ ଆଗେଇ ନେବା କ୍ଷେତ୍ରରେ ପ୍ରତିବନ୍ଧକ ସାଜେ । ଏହି ସନ୍ଦର୍ଭରେ, କୋଭିଡ-19 ସର୍ବବ୍ୟାପୀ ମହାମାରୀର କାରଣ ରୂପେ ବିବେଚିତ ନୋଭେଲ କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ବିଶ୍ବର ଅନ୍ୟାନ୍ୟ କେତେକ ସ୍ଥାନ ଭଳି ସଂପୂର୍ଣ୍ଣ ଲକଡାଉନ ବା ତାଲାବନ୍ଦ ସ୍ଥିତିରେ ଥିବା ପ୍ରାୟ 60 ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ କାଶ୍ମୀର, ଏକ ପ୍ରତୀକାତ୍ମକ ଉଦାହରଣ । କାଶ୍ମୀର ଉପତ୍ୟକାର ସମସ୍ତ ଦଶଟି ଜିଲ୍ଲାର ଅନେକ ଅଞ୍ଚଳକୁ ରେଡ ଜୋନ ଭାବରେ ଅର୍ଥାତ ଭୌଗୋଳିକ ଦୃଷ୍ଟିରୁ ଆବଦ୍ଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଏରିଆ ଭାବରେ ଘୋଷଣା କରାଯାଇଛି । ଅନ୍ୟାନ୍ୟ ରାଜ୍ୟ ସଦୃଶ ଏହି କଣ୍ଟେନମେଣ୍ଟ ଜୋନ ଗଠନର ଉଦ୍ଦେଶ୍ୟ ହେଉଛି, ଏକ ନିର୍ଦ୍ଧାରିତ ଭୌଗୋଳିକ ପରିସୀମା ମଧ୍ୟରେ ଏହି ରୋଗକୁ ଆବଦ୍ଧ କରି ରଖି ସଂକ୍ରମଣର ଶୃଙ୍ଖଳକୁ ଛିନ୍ନ କରିବା ଏବଂ ଏହା ଦ୍ବାରା ଆଖପାଖ ଅଞ୍ଚଳକୁ ଏହି ଭୂତାଣୁର ସଂଚରଣକୁ ରୋକିବା । କଣ୍ଟେନମେଣ୍ଟ ଜୋନରୁ ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧ ପରିସରଭୁକ୍ତ ଅଞ୍ଚଳକୁ କୁହାଯାଉଛି ବଫର ଜୋନ କିମ୍ବା ବିପତ୍ତି ସମ୍ଭାବନା କମ ରହିଥିବା ଅଞ୍ଚଳ ।

ଏହି ସବୁ ସମ୍ବେଦନଶୀଳ ଭୌଗୋଳିକ ଅଞ୍ଚଳରେ ଆଚରଣ ଅନୁପାଳନ ଲାଗି ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ରହିଛି । ରେଡ ଜୋନ ଚାରିପଟେ କଂକ୍ରିଟ ବ୍ୟାରିକେଡ ଗଠନ କରି ଏହାକୁ ଏପରି ପୃଥକ କରାଯାଉଛି ଯେ,ଏହି ଅଞ୍ଚଳ ଭିତରୁ ବାହାରକୁ କିମ୍ବା ବାହାରୁ ଭିତରକୁ ଯିବା ଆସିବା ବନ୍ଦ ରହୁଛି । ପୂର୍ବ କାଳରେ କୁଷ୍ଠ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କଲୋନୀ ଅନୁରୂପ ଢଙ୍ଗରେ ଏହି ଅଞ୍ଚଳର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଉଛି । କାଶ୍ମୀରର ରେଡ ଜୋନ ସଂପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ବିଭିନ୍ନ ଚିତ୍ର ବାସ୍ତବରେ ଏକ ଭୟଙ୍କର ଦୃଶ୍ୟାବଳୀର ଅବତାରଣା କରେ । ସତେ ଯେମିତି ସେହି ନିର୍ଦ୍ଦିଷ୍ଟ ଅଞ୍ଚଳର ସବୁ ଲୋକେ ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି । ନିଃସନ୍ଦେହରେ ଆଖପାଖ ଅଞ୍ଚଳକୁ ରୋଗ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହା ଲୋକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କରାଯାଇଛି । କିନ୍ତୁ ଯାନବାହନ ଚଳାଚଳକୁ ରୋକିବା ଲାଗି ଯେଭଳି ଭାବରେ ସମସ୍ତ ମୁଖ୍ୟ ରାସ୍ତାକୁ ଖୋଳି ତା ଉପରେ ଧାତୁ ନିର୍ମିତ ଢାଞ୍ଚା ସ୍ଥାପନ କରାଯାଇଛି, ତାହାକୁ ନେଇ କାଶ୍ମୀରର ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।

ଲୋକଙ୍କ ଧାରଣା ଯେ ବିଭିନ୍ନ ସଂପୃକ୍ତ ବିଭାଗ ଦ୍ବାରା ଘୋଷିତ ରେଡ ଜୋନ ତାଲିକା ପଛରେ ଏକ ବୃହତ ଷଡ଼ଯନ୍ତ୍ର ରହିଛି ଏବଂ ଦଶନ୍ଧି ଦଶନ୍ଧି ଧରି ଏହି ପୂର୍ବତନ ରାଜ୍ୟ ଉପଭୋଗ କରି ଆସିଥିବା ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପରବର୍ତ୍ତୀ ସମୟରେ ଲାଗୁ କରାଯାଇଥିବା ଅନେକ ଲକଡାଉନ ଏବଂ କର୍ଫ୍ୟୁର ଏହା ସଂପ୍ରସାରିତ ରୂପ ବୋଲି ମନେ କରାଯାଉଛି । ବର୍ତ୍ତମାନ ରେଡ ଜୋନ ରୂପେ ଘୋଷିତ ଅନେକ ଅଞ୍ଚଳ ପୂର୍ବରୁ ରାଜନୈତିକ ରେଡ ଜୋନ ରୂପେ ବିବେଚିତ ହୋଇଥିଲା ଏବଂ ରାସ୍ତା ଉପରେ ପ୍ରତିବାଦ ଏବଂ ପରବର୍ତ୍ତୀ ସମୟରେ ତଜ୍ଜନିତ ହିଂସାକାଣ୍ଡକୁ ରୋକିବା ସକାଶେ ପାର୍ଶ୍ବବର୍ତ୍ତୀ ଅନ୍ୟାନ୍ୟ ଅଞ୍ଚଳରୁ ଏସବୁ ଅଞ୍ଚଳକୁ ବିଚ୍ଛିନ୍ନ କରିବା ଲାଗି ଅନେକ ଅସାମାନ୍ୟ ସାମରିକ ଉପାୟ ଉପଯୋଗ କରାଯାଇଥିଲା ।

କାଶ୍ମୀରରେ ସରକାର ଯାହା କରିବାକୁ ଚାହାଁନ୍ତି, ସେ ଦୃଷ୍ଟିରୁ ପ୍ରତିରୋଧର ଅନ୍ୟତମ କେନ୍ଦ୍ର ରୂପେ ବିବେଚିତ ଶ୍ରୀନଗରର ସହରତଳି ଅଞ୍ଚଳର ଲୋକେ ସରକାରଙ୍କୁ ଆଦୌ ସହଜରେ ଗ୍ରହଣ କରିନଥିଲେ । ଏମିତି କି ଏଠାରେ ଏଲଇଡି ବଲ୍‌ବ ବଣ୍ଟନ ପାଇଁ ପ୍ରଣୀତ ସରକାରୀ କାର୍ଯ୍ୟକ୍ରମ ବି ଲୋକଙ୍କ ଉପରେ ଗୁପ୍ତ ନଜର ରଖିବାକୁ ଉଦ୍ଦିଷ୍ଟ ଥିଲା ବୋଲି ମନେ କରାଯାଉଥିଲା । ରିହାତି ଦରରେ ବିତରଣ କରାଯାଇଥିବା ଏଲଇଡି ବଲ୍‌ବ ଗୁଡ଼ିକୁ ଅନେକ ସ୍ଥାନରେ ଲୋକେ ରାସ୍ତା ଉପରେ ଫିଙ୍ଗି ଦେଇଥିଲେ । କାରଣ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଏହି ବଲ୍‌ବ ଗୁଡ଼ିକରେ ଏକ ପ୍ରକାର ଚିପ ସଂଯୋଗ କରାଯାଇଥିଲା ବୋଲି ଧରି ନିଆଯାଇଥିଲା ।

ସମ୍ବିଧାନର 370 ଧାରା ଉଚ୍ଛେଦ ପରବର୍ତ୍ତୀ ସମୟରେ ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ସଂଶୟ, ଭୟ, ଅବିଶ୍ବାସ ଏବଂ ଅନାସ୍ଥାଭାବ ଖୁବ ଅଧିକ ବଢ଼ିଯାଇଛି ଏବଂ ବାସ୍ତବ କ୍ଷେତ୍ରରେ ଅନେକ ସ୍ଥାନରେ ଉପୁଜିଥିବା ସଂଘର୍ଷରୁ ଏହା ସ୍ପଷ୍ଟ ପ୍ରତୀୟମାନ ହୋଇଛି । ବିଶ୍ବର ଏହି ଭାଗରେ ବସବାସ କରୁଥିବା ଲୋକଙ୍କ ପାଇଁ ଏଭଳି ସନ୍ଦେହ କରିବା ନୂଆ କଥା ନୁହେଁ । କିନ୍ତୁ କେବଳ ଏହା ପଛରେ ଥିବା କାରଣରେ ପାର୍ଥକ୍ୟ ରହିଛି । କରୋନା ଭାଇରସ ସଂକ୍ରମଣ ବ୍ୟାପିବା କାରଣରୁ ରେଡ ଜୋନରେ ଥିବା ଲୋକମାନଙ୍କୁ ଅନ୍ୟ ଦୁଇଟି ଜୋନ ତୁଳନାରେ ଅଧିକ କଠୋର ଲକଡାଉନ ନିୟମାନୁସାରେ ରଖାଯାଇଛି । କୋଭିଡ-19 ବିଶ୍ବ ମହାମାରୀ ବ୍ୟାପିବାର ମାସ ମାସ ପୂର୍ବରୁ ସମଗ୍ର ଅଞ୍ଚଳରେ କଡ଼ାକଡ଼ି ଭାବେ କର୍ଫ୍ୟୁ ଲାଗୁ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଦୋକାନ ବଜାର ବି ବନ୍ଦ ରଖାଯାଇଥିଲା । ମାସ ମାସ ଧରି ଇଣ୍ଟରନେଟ ଏବଂ ଟେଲିଫୋନ ଯୋଗାଯୋଗ ବନ୍ଦ ଲୋକଙ୍କ ପାଇଁ ବିଶେଷତଃ ଯୁବ ବର୍ଗ ପାଇଁ ଅଧିକ କଷ୍ଟଦାୟକ ହୋଇଥିଲା ।

ପରେ ଏହି କଟକଣାକୁ କୋହଳ କରାଯାଇଥିଲା । କିନ୍ତୁ ତାହା ବି ଗୋଟିଏ ପରେ ଆଉ ଗୋଟିଏ ଅଞ୍ଚଳରେ ଲାଗୁ କରାଯାଇଥିଲା । ଏବେ ବି ଏହି ଅଞ୍ଚଳର ଲୋକେ 2ଜି ଇଣ୍ଟରନେଟ ସ୍ପିଡରେ କାମ ଚଳାଉଛନ୍ତି । ପୁରୁଣା ସହର ଭଳି କେତେକ ଅଞ୍ଚଳକୁ ରେଡ ଜୋନ ରୂପେ ଘୋଷଣା କରି ବନ୍ଦ କରିଦିଆଯାଇଛି ଏବଂ ଡାକ୍ତରୀ ଚିକିତ୍ସା ସଂପର୍କୀୟ ଜରୁରୀକାଳୀନ ପରିସ୍ଥିତିକୁ ବାଦ ଦେଲେ ଏହି ଅଞ୍ଚଳ ଭିତରକୁ କିମ୍ବା ଏଥିରୁ ବାହାରକୁ ଯିବା ଆସିବା ସଂପୂର୍ଣ୍ଣ ବନ୍ଦ ରହିଛି । ବିରୋଧୀ ମନୋଭାବ, ରାସ୍ତାରେ ପ୍ରତିବାଦ ଏବଂ ଟେକାପଥର ମାଡ଼କୁ ପ୍ରତିହତ କରିବା ଲାଗି ଲୋକଙ୍କୁ ଗିରଫ କରାଯାଇ ସେମାନଙ୍କ ନିଜ ଘରେ ବନ୍ଦୀ କରାଯାଇଛି କିମ୍ବା ଜେଲ୍‌କୁ ପଠାଇ ଦିଆଯାଇଛି ।

ଏବେ ଯେଉଁ ସବୁ ଅଞ୍ଚଳକୁ ରେଡ ଜୋନ ରୂପେ ଟିହ୍ନିତ କରାଯାଇଛି, ସେଗୁଡ଼ିକ ପୂର୍ବରୁ ସାମରିକ ରେଡ ଜୋନ ଥିଲା ଏବଂ ବିଚ୍ଛିନ୍ନତାବାଦୀ ଭାବଧାରାକୁ ପ୍ରତିହତ କରିବା ଲାଗି ସରକାରଙ୍କ ଉଦ୍ୟମକୁ ସେଠାକାର ଲୋକେ ପ୍ରବଳ ବିରୋଧ କରିଥିଲେ । ଏହି ଲୋକମାନେ ସବୁ ବିଷୟକୁ ରାଜନୈତିକ ଦୃଷ୍ଟିରେ ଦେଖନ୍ତି ଏବଂ ସରକାରଙ୍କ ସମସ୍ତ ଉଦ୍ୟମ ସେମାନଙ୍କୁ ସର୍ବସ୍ବାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ମନେ କରନ୍ତି । ବାନ୍ଦିପୋରା, ବାରମୂଳା ଏବଂ କୁପୱାଡ଼ା ଭଳି ସୀମାବର୍ତ୍ତୀ ତିନିଟି ଜିଲ୍ଲାରେ ଥିବା ବିଭିନ୍ନ ରେଡ ଜୋନ ପଛରେ ଏକ ବୃହତ ଉଦ୍ଦେଶ୍ୟ ରହିଛି ଏବଂ ଅନୁପ୍ରବେଶକାରୀଙ୍କ ଆଶ୍ରୟ ସ୍ଥଳ ଉପରେ ନଜର ରଖିବାକୁ ଯାଇ ଲୋକଙ୍କ ମାନସିକତା ପରଖିବାକୁ ଏହା କରାଯାଇଛି ବୋଲି ଲୋକେ ମନେ କରନ୍ତି । ଦକ୍ଷିଣ କାଶ୍ମୀରର ସୋପିଆନ ଏବଂ ପୁଲୱାମା ଭଳି ଜିଲ୍ଲା ବିଚ୍ଛିନ୍ନତାବାଦୀଙ୍କର ମୁଖ୍ୟ ଦୁର୍ଗ ଏବଂ ଆତଙ୍କବାଦୀମାନେ ଏଠାରେ ସହଜରେ ଆଶ୍ରୟ ନେଇପାରନ୍ତି ।

ହେଲେ ଅନ୍ୟ ପକ୍ଷର ବୁଦ୍ଧିଜୀବୀମାନଙ୍କ ମତରେ ସାରା ବିଶ୍ବକୁ କ୍ଷତିଗ୍ରସ୍ତ କରିଥିବା ଏକ ସଂକଟକୁ କେନ୍ଦ୍ର କରି ଆଉ ଏକ ଆନ୍ଦୋଳନ ଗଢ଼ି ଉଠିବାର ସମସ୍ତ ସମ୍ଭାବନା ପଥକୁ ସରକାର ଅବରୋଧ କରିବାକୁ ଚାହାଁନ୍ତି । ଏହି ଆନ୍ଦୋଳନ ହେଲେ ପୂର୍ବବର୍ତ୍ତୀ ଆନ୍ଦୋଳନ ତୁଳନାରେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। ଜନବସତିପୂର୍ଣ୍ଣ ବିଭିନ୍ନ ଅଞ୍ଚଳରେ ସ୍ଥାପିତ ଶିବିରରେ ରହୁଥିବା ହଜାର ହଜାର ସଂଖ୍ୟକ ସେନା ଯବାନଙ୍କ ପାଇଁ ଏହାର ମୁକାବିଲା ଆଦୌ ସହଜ ହେବ ନାହିଁ । କାରଣ, ଏଠାକାର କେତେକ ଅଞ୍ଚଳରେ ଭୂତାଣୁ ସଂକ୍ରମଣ କରିସାରିଥିବାରୁ ସେନା ଯବାନମାନେ ମଧ୍ୟ ଏହି ସଂକ୍ରମଣର ଶିକାର ହେବା ଆଶଙ୍କା କରୁଛନ୍ତି । ଆନ୍ଦୋଳନ ହେଲେ ସେନା ବାହିନୀ ଆନ୍ଦୋଳନକାରୀଙ୍କ ନିକଟରୁ ଦୂରତା ବଜାୟ ରଖିପାରିବ ନାହିଁ ଏବଂ ସେମାନଙ୍କୁ ଗିରଫ କରିବା ଏକ ବଡ଼ ସମସ୍ୟା ସୃଷ୍ଟି କରିବ ।

କେବଳ ସେତିକି ନୁହେଁ, ହୁଏତ ସାମରିକ ବାହିନୀର ବିଭିନ୍ନ ପଦାସୀନ ଅଧିକାରୀ ଆନ୍ଦୋଳନକାରୀଙ୍କ ଭିଡ଼ ନିୟନ୍ତ୍ରଣ କରିବା କଥାକୁ ନାପସନ୍ଦ କରିପାରନ୍ତି । କାଶ୍ମୀର ଉପତ୍ୟକାରେ କର୍ତ୍ତବ୍ୟରତ ସାମରିକ ଓ ଅର୍ଦ୍ଧ ସାମରିକ ବଳ ମଧ୍ୟ ଭୂତାଣୁର ପ୍ରସାରକୁ ଭୟ କରୁଛନ୍ତି ଏବଂ ନିର୍ଦ୍ଧାରିତ ବିଧି ପାଳନ ସହିତ ସବୁ ସତର୍କତା ଅବଲମ୍ବନ କରୁଛନ୍ତି । କାଶ୍ମୀରର ବାସ୍ତବ ସ୍ଥିତି ସଂପର୍କରେ କଳ୍ପନା ହିଁ ଆଧିପତ୍ୟ ବିସ୍ତାର କରିଛି । କେବଳ ସ୍ବଚ୍ଛ ଭାବନା ଏବଂ ଉନ୍ମୁକ୍ତ ମାନସିକତା ସହିତ ଉଭୟ ପାର୍ଶ୍ବକୁ ବିଚାରକୁ ନେଲେ ହିଁ ବାସ୍ତବିକତା ପ୍ରକାଶିତ ହେବ । ସଂଶୟବାଦ ହେଉଛି ବାରମ୍ବାର ପ୍ରତାରିତ ହେବା ଅନୁଭବର ଏକ ପ୍ରତିଫଳନ ମାତ୍ର । ସେହି ଅନୁଭବକୁ ହଟାଇବା ସହିତ ନିଷ୍ଠାର ସହ ସ୍ଥିତି ସୁଧାରିବାକୁ ପ୍ରୟାସ କରିବାକୁ ପଡ଼ିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.