ETV Bharat / bharat

ଭୂସ୍ବର୍ଗରେ ସ୍ବାଭାବିକ ହେଲା ଟେଲିଫୋନ ସେବା

ମୋବାଇଲ ଓ ଇଣ୍ଟରନେଟ ପରେ ଜାମ୍ମୁକାଶ୍ମୀରରେ ସ୍ବାଭାବିକ ହୋଇଛି ଟେଲିଫୋନ ସେବା । ଏନେଇ ଶ୍ରୀନଗର ମାଜିଷ୍ଟ୍ରେଟ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Sep 5, 2019, 10:28 AM IST

ଶ୍ରୀନଗର: ଧାରା 370 ଉଚ୍ଛେଦ ପରେ ଧିରେ ଧିରେ ସ୍ବାଭାବିକ୍‌ ହେଉଛି ଭୂସ୍ବର୍ଗ । ଜାମ୍ମୁକାଶ୍ମୀରର ଅନେକ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ସ୍ବାଭାବିକ୍ ହେବା ପରେ ଏବେ ଘାଟି ଅଞ୍ଚଳରେ ଟେଲିଫୋନ ସେବାକୁ ସ୍ବାଭାବିକ କରାଯାଇଛି ।

ବିଶେଷ କରି କୁପୱାଡାରେ ଟେଲିଫୋନ ସେବାକୁ ପୁଣି ଥରେ ଚାଲୁ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟ ଶାହିଦ୍ ଚୌଧୁରୀ । ଧାରା 370 ଉଚ୍ଛେଦ ପରେ ଜାମ୍ମୁକାଶ୍ମୀରରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ସାଧାରଣ ଜନତା ଯେଭଳି ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି, ସେଥିପାଇଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ସେ ।

ପ୍ରକାଶ ଯେ, ଧାରା 370 ଉଚ୍ଛେଦ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାମ୍ମୁକାଶ୍ମୀରରେ ଟେଲିଫୋନ ସେବା ବନ୍ଦ କରାଯାଇଥିଲା । ଟେଲିଫୋନ ସେବାକୁ ପୁନଃ ଚାଲୁ କରିବା ପାଇଁ ଦାବି ହେଉଥିଲା । ଧିରେ ଧିରେ ପରିସ୍ଥିତି ସ୍ବାଭାବିକ ହେଉଥିବାରୁ ଟେଲିଫୋନ ସେବାକୁ ସ୍ବାଭାବିକ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଆଗକୁ ଗୃହ ସଚିବ କାଶ୍ମୀର ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିବେ । ଜାମ୍ମୁକାଶ୍ମୀରରେ ଯୋଜନା ଗୁଡିକୁ ଲାଗୁ କରିବା ପାଇଁ କାମ କରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.