ETV Bharat / bharat

କାଶ୍ମୀର ଠିକ୍‌ ବାଟରେ ଯାଉଛି: ଲେଫ୍‌ଟନାଣ୍ଟ ଜେନେରାଲ ବି.ଏସ୍‌. ରାଜୁ - ମହମ୍ମଦ ଜୁଲକରନେନ୍‌ ଜୁଲ୍‌ଫି

କାଶ୍ମୀରରେ ବନ୍ଧୁକ ଧରି ଆତଙ୍କରାଜ ଚଳାଇଥିବା ଯୁବକଙ୍କ ବିରୋଧରେ ସେନା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ, କିନ୍ତୁ ଯେଉଁମାନେ ଏହି ରାସ୍ତା ପରିତ୍ୟାଗ କରି ସାମାଜିକ ମୁଖ୍ୟସ୍ରୋତକୁ ଫେରିବାକୁ ଚାହିଁବେ ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସୋମବାର ଦିନ 15 କୋର୍‌ର ଜେନେରାଲ ଅଫିସର କମାଣ୍ଡିଂ ଲେଫ୍‌ଟନାଣ୍ଟ ଜେନେରାଲ ବି.ଏସ୍‌. ରାଜୁ ଏଠାରେ କହିଛନ୍ତି । ଅଧିକ ପଢନ୍ତୁ...

କାଶ୍ମୀର ଠିକ୍‌ ବାଟରେ ଯାଉଛି: ଲେଫ୍‌ଟନାଣ୍ଟ ଜେନେରାଲ ବି.ଏସ୍‌. ରାଜୁ

author img

By

Published : Oct 26, 2020, 8:51 PM IST

ଶ୍ରୀନଗର: କାଶ୍ମୀରରେ ବନ୍ଧୁକ ଧରି ଆତଙ୍କରାଜ ଚଳାଇଥିବା ଯୁବକଙ୍କ ବିରୋଧରେ ସେନା ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ, କିନ୍ତୁ ଯେଉଁମାନେ ଏହି ରାସ୍ତା ପରିତ୍ୟାଗ କରି ସାମାଜିକ ମୁଖ୍ୟସ୍ରୋତକୁ ଫେରିବାକୁ ଚାହିଁବେ ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସୋମବାର ଦିନ 15 କୋର୍‌ର ଜେନେରାଲ ଅଫିସର କମାଣ୍ଡିଂ ଲେଫ୍‌ଟନାଣ୍ଟ ଜେନେରାଲ ବି.ଏସ୍‌. ରାଜୁ ଏଠାରେ କହିଛନ୍ତି ।

କେନ୍ଦ୍ରୀୟ କାଶ୍ମୀରର ବଡଗାମ ଜିଲ୍ଲାରେ ଆୟୋଜିତ ୟୁସମାର୍ଗ ଉତ୍ସବରେ ଯୋଗ ଦେଇ 15 କୋର୍‌ ଜିଓସି ଲେଫ୍‌ଟନାଣ୍ଟ ଜେନେରାଲ ବି.ଏସ୍‌.ରାଜୁ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ଅବସରରେ କହିଛନ୍ତି, “ବର୍ତ୍ତମାନ କାଶ୍ମୀର ଉପତ୍ୟକାରେ ଏକ ସୁନ୍ଦର ପରିବେଶ ରହିଛି । କାଶ୍ମୀର ଏବେ ଠିକ୍‌ ବାଟରେ ଚାଲୁଛି । ଯେଉଁ ଯୁବକମାନେ ଆତଙ୍କବାଦର ରାସ୍ତା ଛାଡ଼ି ନିଜ ନିଜ ଘରକୁ ଫେରିବାକୁ ପ୍ରସ୍ତୁତ, ମୁଁ ସେମାନଙ୍କୁ ନିବେଦନ କରୁଛି ଯେ ଏକ ଶାନ୍ତିପୂର୍ଣ୍ଣ ଏବଂ ଆତ୍ମସମ୍ମାନର ଜୀବନ ଆରମ୍ଭ କରିବା ପାଇଁ ବର୍ତ୍ତମାନର ସମୟ ହିଁ ସେମାନଙ୍କ ପାଇଁ ବେଶ୍‌ ଅନୁକୂଳ ସମୟ ।” ସେ ଆହୁରି କହିଲେ, “ସ୍ଥାନୀୟ ଆତଙ୍କବାଦୀମାନେ ଆତଙ୍କର ରାସ୍ତା ପରିହାର କରନ୍ତୁ ବୋଲି ମୁଁ ନିବେଦନ କରୁଛି । ଅନ୍ୟଥା, ହାତରେ ଅସ୍ତ୍ର ଧରି ସେନା ସହ ଯେ କେହି ମୁକାବିଲା କରିବ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।”

କୌତୁହଳର କଥା ଯେ, ଗତ ଗୁରୁବାର ଦିନ କିଲୋ ଫୋର୍ସ ଜିଓସି ମେଜର ଜେନେରାଲ ଏଚ୍‌.ଏସ୍‌. ସାହି କହିଥିଲେ ଯେ ଆତଙ୍କବାଦୀମାନଙ୍କ ଆତ୍ମସମର୍ପଣ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ଥଇଥାନ ଯୋଜନା ସଂପର୍କିତ ସେନାର ଅନୁମୋଦନ କେନ୍ଦ୍ର ସରକାରଙ୍କୁ ପାଖକୁ ପଠାଯାଇଛି । ହେଲେ ଏ ସଂପର୍କିତ ଚୂଡ଼ାନ୍ତ ଚିଠା ପ୍ରସ୍ତୁତ ହୋଇନାହିଁ । ଦକ୍ଷିଣ କାଶ୍ମୀରର ସ୍ଥିତି ସଂପର୍କରେ ସେ କହିଲେ. “କାଶ୍ମୀରର ସାମଗ୍ରିକ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ବିଗତ ଦିନ ତୁଳନାରେ ଆତଙ୍କବାଦ ସଂପର୍କିତ କାର୍ଯ୍ୟକଳାପ ହ୍ରାସ ପାଇଛି । ଯୁବ ପିଢ଼ି ସେମାନଙ୍କ ଭବିଷ୍ୟତ ଉପରେ ଦୃଷ୍ଟିନିବଦ୍ଧ କରିଛନ୍ତି ଏବଂ ଗତ କିଛି ଦିନରେ ପ୍ରକାଶିତ ବିଭିନ୍ନ ବୃତ୍ତିଗତ ପରୀକ୍ଷା ଫଳାଫଳରେ ସେମାନଙ୍କ କୃତିତ୍ବରୁ ଏହା ପ୍ରମାଣିତ ହୋଇଛି । କାଶ୍ମୀରର ସ୍ଥିତି ସଂପର୍କରେ ଏହା ଏକ ଶୁଭ ଲକ୍ଷଣ । କୁଲଗାମ, ଅନନ୍ତନାଗ, ପୁଲୱାମା ଏବଂ ଶୋପିଆନ୍‌ ଜିଲ୍ଲା ସମେତ ଦକ୍ଷିଣ କାଶ୍ମୀରରେ ସ୍ବାଭାବିକ ସ୍ଥିତି ରହିଛି । ସେସବୁ ସ୍ଥାନରେ ଅର୍ଥନୈତିକ କାର୍ଯ୍ୟକ୍ରମରେ ଅଗ୍ରଗତି ହୋଇଛି । ସେଓ କାରବାର ମଧ୍ୟ ଜମିବାରେ ଲାଗିଛି । କୋଭିଡ୍‌-19ର ପ୍ରାଦୁର୍ଭାବ ହ୍ରାସ ପାଇଲେ, ମୁଁ ନିଶ୍ଚିତ ଯେ ସେଠାରେ ସ୍କୁଲ୍‌ ବି ପୁଣି ଖୋଲିବ ।”

ସେ ଆହୁରି କହିଲେ, “ବହୁ ମାତ୍ରାରେ ଅନୁପ୍ରବେଶ (ସୀମା ଆରପଟୁ) ରୋକିବାରେ ସେନା ସଫଳ ହୋଇଛି । ତୁଷାରପାତ ଏବଂ ଶୀତଋତୁ ଆରମ୍ଭ ହେବା ସହିତ ହୁଏତ ଅନୁପ୍ରବେଶ ଉଦ୍ୟମ ବଢ଼ିପାରେ, କିନ୍ତୁ ସେଭଳି ଉଦ୍ୟମକୁ ପଣ୍ଡ କରିବାକୁ ଆମ ସେନା ସୀମା ଉପରେ ସତର୍କ ଦୃଷ୍ଟି ରଖିଛି ।”

ମହମ୍ମଦ ଜୁଲକରନେନ୍‌ ଜୁଲ୍‌ଫି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.