ଶ୍ରୀନଗର: ତିନି ଭାରତୀୟଙ୍କୁ ଫଟୋଗ୍ରାଫିରେ ସମ୍ମାଜନକ ପୁଲିଜରର ପୁରସ୍କାର ପରେ ଏହାକୁ ନେଇ ପୁରସ୍କାର ଚୟନ ଉପରେ ପ୍ରଶ୍ନ ଉଠିବା ସହ ସମାଲୋଚାନା ଜାରି ରହିଛି । ଏବେ ଜମ୍ମୁ-କାଶ୍ମୀରେ ନିୟୋଜିତ ପୋଲିସ ଅଫିସରଙ୍କ ଟ୍ବିଟ କରି ପୁରସ୍କାର ପ୍ରକ୍ରିୟା ଓ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଜମ୍ମୁ-କାଶ୍ମୀରରେ ଏସଏସପି ସୁରକ୍ଷା କର୍ମୀ ଇମତିଆଜ ହୁସେନ୍ ମିର 2017 ରେ କାଶ୍ମୀରରେ ସହିଦ ହୋଇଥିବା ଜଣେ ପୋଲିସ କର୍ମଚାରୀଙ୍କ ଝିଅର ହୃଦୟ ବିଦାରକ ଚିତ୍ର ଟ୍ବିଟ୍ କରି ପୁଲିଜର ଲବିକୁ ଟାର୍ଗେଟ କରିଛନ୍ତି ।
ଟ୍ବିଟ କରାଯାଇଥିବା ଫଟୋରେ 2017 ରେ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପିତାଙ୍କ ଦୁଃଖରେ ଛୋଟ ଝିଅ ଟି ଆଖିରୁ ଧାର ଧାର ଲୁହ ବୋହିଯାଉଥିବା ଦେଖାଯାଉଛି । ଏହି ଚିତ୍ର ମାନବିକତାର ବିବେକର ଶିକାର ହୋଇଥିବେ ଦେଖାଉଛି । 2017 ରେ କାଶ୍ମୀରରେ ଶହୀଦ ହୋଇଥିବା ଜଣେ ପୋଲିସ ଅଧିକାରୀଙ୍କ ଝିଅର ଫଟୋ | ଏହି ଫଟୋ ପାଇଁ କୌଣସି ପୁରସ୍କାର ଅଛି କି ନାହିଁ ବୋଲି ଇମତିଆଜ ହୁସେନ୍ ଟ୍ବିଟ୍ କରିଛନ୍ତି।
ଜାମ୍ମୁ-କାଶ୍ମୀରର ତିନି ଜଣ ଫଟୋ ସାମ୍ବାଦିକ ମୁଖ୍ତାର ଖାନ୍, ଦର ୟାସିନ ଏବଂ ଚାନ୍ନି ଆନନ୍ଦ “ଜୀବନର ଚମତ୍କାର ଚିତ୍ର” ପାଇଁ 2020 ପୁଲିଜର ପୁରସ୍କାର ପ୍ରଦାନ କରାଯିବା ପରେ ବରିଷ୍ଠ ପୋଲିସ ଅଫିସରଙ୍କ ଟ୍ବିଟ ଆସିଛି । ଅଗଷ୍ଟ 2019 ରେ ଧାରା 370 ରଦ୍ଦ କରିବା ପରେ ଏହି ଅଞ୍ଚଳରେ ଲକଆଉଟ୍ ସମୟରେ ଏହି ଫଟୋ କ୍ଲିକ୍ କରାଯାଇଥିଲା |
ତିନିଜଣ ଫଟୋ ସାମ୍ବାଦିକଙ୍କୁ ପୁରସ୍କୃତ କରି ପୁଲିଜର ବୋର୍ଡ ନିଜ ୱେବସାଇଟରେ କହିଛି ଯେ କାଶ୍ମୀରରେ ସ୍ବାଧୀନତା ପ୍ରତ୍ୟାହର କରିବା ପରେ ସେଠାକାର ଜୀବନ ଚମତ୍କାର ଚିତ୍ର ପାଇଁ ପୁରସ୍କୃତ କରାଯାଉଛି । ସୂଚନା ଯେ, ବର୍ତ୍ତମାନ ପୁରସ୍କାରକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ଦେଖାଦେଇଛି ।