ETV Bharat / bharat

କରଓ୍ବା ଚୌଥ ବ୍ରତ: 16 ଶୃଙ୍ଗାରରେ ନିଜକୁ ସଜାଉଛନ୍ତି ମହିଳା - karwa chauth preparation started in himachalpradesh

ଆଉ କିଛି ଦିନ ପରେ ପାଳନ ହେବ କରଓ୍ବା ଚୌଥ ବ୍ରତ । ଏନେଇ ନିଜକୁ 16 ଶୃଙ୍ଗାରରେ ସଜେଇବାରେ ଲାଗିଛନ୍ତି ସଧବା ନାରୀ ମାନେ । ସମ୍ପୂର୍ଣ୍ଣ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 16, 2019, 12:56 PM IST

ସିମଲା: ସଧବା ନାରୀ ତାର ସ୍ବାମୀର ଦୀର୍ଘ ଆୟୁଷ ପାଇଁ କରଓ୍ବା ଚୌଥ ବ୍ରତ ପାଳନ କରିଥାଏ । ସାରା ଦିନ ନିର୍ଜଳା ବ୍ରତ ରଖି ଚନ୍ଦ୍ରଙ୍କୁ ଅର୍ଘ୍ୟ ପ୍ରଦାନ କରି ତାର ବ୍ରତ ଖୋଲିଥାଏ । ପ୍ରତିବର୍ଷ ଏହିଦିନକୁ ମହିଳା ମାନେ ଅପେକ୍ଷା କରି ରହିଥାନ୍ତି । ସେନେଇ କିଛି ଦିନ ପୂର୍ବରୁ ପୂଜା ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି । ଖାଲି ସେତିକି ନୁହେଁ ଏହି ଦିନରେ ସେ ସୁନ୍ଦର ଦେଖାଯିବା ନେଇ ନିଜକୁ ଅନେକ ପ୍ରକାରର ଗହଣାରେ ସଜାଇଥାନ୍ତି । ତେବେ ଉତ୍ତର-ପୂର୍ବ ଭାରତୀୟ ମାନେ ଅତି ଧୂମଧାମରେ ପାଳନ କରିଥାନ୍ତି ଏହି ବ୍ରତ ।

ଭଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଚଳିତବର୍ଷର କରଓ୍ବା ଚୌଥ ଅଧିକ ଶୁଭ ରହିବ । ଜ୍ୟୌତିଷଙ୍କ କହିବାନୂସାରେ, ଦୀର୍ଘ 70 ବର୍ଷ ପରେ ଚଳିତବର୍ଷର ଏହି ବ୍ରତ ପାଳନ ଅତି ଶୁଭଫଳ ପ୍ରଦାନ କରିବ । କାରଣ ଏହି ଦିନ କାର୍ତ୍ତିକ ମାସର ସଂକ୍ରାନ୍ତିରେ ପଡୁଛି । ଏହିଦିନ ଭଗବାନ ସୂର୍ଯ୍ୟ ଦେବତା ତୁଳା ରାଶିରେ ପ୍ରବେଶ କରିବେ । ତେଣୁ ଗ୍ରହଙ୍କ ଗଣନା ହିସାବରେ ଏହା ଅତି ଶୁଭ ଅଟେ । ଏହିଦିନ ଶିବ, ପାର୍ବତୀ, କାର୍ତ୍ତିକ ଓ ଚନ୍ଦ୍ରଙ୍କୁ ପୂଜା କରାଯାଇଥାଏ I

କରଓ୍ବା ଚୌଥ ପାଇଁ ହିମାଚଳପ୍ରଦେଶର ଛୋଟ କାଶୀ ମଣ୍ଡି ବଜାର ପୁରା ପ୍ରସ୍ତୁତ ହୋଇସାରିଛି । ମହିଳା ମାନଙ୍କ ମଧ୍ୟରେ ଏନେଇ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଏବେଠାରୁ ମହିଳା ମାନେ ଦୋକାନ ଦୋକାନ ବୁଲି ପୂଜା ସାମଗ୍ରୀ କିଣିବା ସହିତ ହାତରେ ମେହେନ୍ଦି କରିବା, ଚୁଡି ପିନ୍ଧିବା ଠାରୁ ଆରମ୍ଭ କରି ନୂଆ ନୂଆ ପୋଷାକ କିଣୁଛନ୍ତି । ମହିଳା ମାନେ 16 ଶୃଙ୍ଗାର କରି ପୂଜାରେ ବସିଥାନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.