ନୂଆଦିଲ୍ଲୀ: ଲୋକପ୍ରିୟ ସଙ୍ଗୀତକାର ଜାଭେଦ ଅଖ୍ତରଙ୍କୁ ମିଳିଲା ହତ୍ୟା ଧମକ । କରଣୀ ସେନା ତାଙ୍କୁ ଏହି ଧମକ୍ ଦେଇଥିବା ଜଣା ପଡିଛି । ଓଢଣୀରେ ପ୍ରତିବନ୍ଧକ ଲଗାଇବାକୁ ପରାମର୍ଶ ଦେବାପରେ ତାଙ୍କୁ ଏହି ଧମକ୍ ମିଳିଛି । ମହାରାଷ୍ଟ୍ରର କରଣୀ ସେନା ପ୍ରମୁଖ ଜୀବନ ସିଂହ ସୋଲଙ୍କୀ ଏକ ଭିଡିଓ ଜାରି କରି ଜାଭେଦଙ୍କୁ ଚେତାବନୀ ଦେଇଛନ୍ତି । ଜାଭେଦ କ୍ଷମା ପ୍ରାର୍ଥନା ନକଲେ ତାଙ୍କ ଘରେ ପଶି ହତ୍ୟା କରିବୁ ବୋଲି ଏହି ଭିଡିଓରେ ସେ କହିଛନ୍ତି ।
3 ଦିନ ଭିତରେ ଜାଭେଦ ଯଦି କ୍ଷମା ପ୍ରାର୍ଥନା ନ କରୁଛନ୍ତି, ତାଙ୍କ ଘରେ ପଶି ତାଙ୍କ ଆଖି ଏବଂ ଜିଭ ବାହାର କରିବା ସହ ତାଙ୍କୁ ହତ୍ୟା କରିବୁ ବୋଲି ସେ ଏହି ଭିଡିଓ ଯୋଗେ ଚେତାବନୀ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ବୁର୍ଖା ଉପରେ ପ୍ରତିବନ୍ଧକ ଲାଗିଲେ ମୋର କିଛି ଆପତ୍ତି ନାହିଁ । କିନ୍ତୁ କେନ୍ଦ୍ର ସରକାର ଓଢଣୀ ଉପରେ ମଧ୍ୟ ପିରତିବନ୍ଧକ ଲଗାନ୍ତୁ ବୋଲି ଜାଭେଦ ଅଖ୍ତର କହିଥିଲେ ।