ବେଙ୍ଗାଲୁରୁ: କର୍ଣ୍ଣାଟକର ମହିଳା କଂଗ୍ରେସ ନେତ୍ରୀ ରେଶମା ପଡେକନୁରାଙ୍କ ସନ୍ଦେହ ଜନକ ମୃତ୍ୟୁ । ତାଙ୍କ ମୃତଦେହ କୃଷ୍ଣାନଦୀ ନିକଟସ୍ଥ କୋହ୍ଲର ବ୍ରିଜ ତଳୁ ଉଦ୍ଧାର କରାଯାଇଛି । ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି ।
ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଜାତ ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁଯାୟୀ, ସେ ବିଜୟପୁରାର ଜେଡିଏସର ଜିଲ୍ଲା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ଏଥିସହ ଗତ 2013ରେ ଜେଡିଏସରୁ ଟିକେଟ୍ ପାଇ ବିଧାନସଭା ନିର୍ବାଚନରେ ଲଢିଥିଲେ । କିନ୍ତୁ ନିର୍ବାଚନରେ ତାଙ୍କର ପରାଜୟ ହୋଇଥିଲା । ପରେ ଦଳ ତାଙ୍କୁ ଟିକେଟ୍ ଦେବା ପାଇଁ ମନା କରି ଦେବା ପରେ ସେ କଂଗ୍ରେସରେ ମିଶିଥିଲେ ।