ବେଙ୍ଗାଲୁର: ଆସ୍ଥା ଭୋଟରେ ହସ୍ତକ୍ଷେପ କଲେ କର୍ଣ୍ଣାଟକ ରାଜ୍ୟପାଳ ଭାଜୁଭାଇ ଭାଲା । ଆଜିସୁଦ୍ଧା ହିଁ ଆସ୍ଥା ଭୋଟ ଶେଷ କରିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।
ବିଜେପିର ଏକ ପ୍ରତିନିଧି ମଣ୍ଡଳ ରାଜ୍ୟପାଳ ଭାଜୁଭାଇ ଭାଲାଙ୍କୁ ଭେଟିବା ସହିତ ଆସ୍ଥା ଭୋଟ ଉପରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ପରେ ରାଜ୍ୟପାଳ ଆଜି ହିଁ ଆସ୍ଥା ଭୋଟ କରାଇବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଆସ୍ଥା ପ୍ରସ୍ତାବ ଉପରେ କର୍ଣ୍ଣାଟକ ବିଧାନସଭାରେ ବିତର୍କ ଜାରି ରହିଛି ।