ETV Bharat / bharat

ସଙ୍କଟରେ କର୍ଣ୍ଣାଟକ କଂଗ୍ରେସ, ଦଳ ଛାଡିଲେ 2 ବିଧାୟକ - congress

ସଙ୍କଟରେ କର୍ଣ୍ଣାଟକ କଂଗ୍ରେସ । ଆଜି ଦଳରୁ ଇସ୍ତଫା ଦେଲେ ଦୁଇ ବିଧାୟକ ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jul 1, 2019, 6:55 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ପୁଣି ଥରେ ରାଜନୈତିକ ସଙ୍କଟରେ ପଡିଥିବା ଦେଖିବାକୁ ମିଳିଛି । ସୋମବାର ରାଜ୍ୟର ଦୁଇ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ତେବେ ଏହା ପରେ ରାଜ୍ୟରେ ରାଜନୈତିକ ହଇଚଇ ସୃଷ୍ଟି ହୋଇଯାଇଛି । ବେଲ୍ଲାରୀ ଜିଲ୍ଲା ବିଜୟନଗର କଂଗ୍ରେସ ବିଧାୟକ ଆନନ୍ଦ ସିଂହ ଆଜି ପଦରୁ ଇସ୍ତଫା ଦେଇଛନ୍ତି । ସେ ବିଧାନସଭା ଅଧ୍ୟକ୍ଷ କେଆର ରମେଶ କୁମାରଙ୍କୁ ନିଜ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି ।

ସେପଟେ ଆଉ ଜଣେ କଂଗ୍ରେସ ବିଧାୟକ ରମେଶ ଜରକିହୋଲି ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ଏହି ଦୁଇ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକ ଦଳର ନେତା ସିଦ୍ଧାରମୈୟା ବେଙ୍ଗାଲୁର ସ୍ଥିତ ନିଜ ବାସଭବନରେ ବୈଠକ ଡାକିଛନ୍ତି । ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ତେବେ ଏହି ସମୟରେ ଆନନ୍ଦ ଏବଂ ରମେଶଙ୍କ ଇସ୍ତଫା କର୍ଣ୍ଣାଟକର ଜେଡିଏସ୍‌- କଂଗ୍ରେସ ମେଣ୍ଟ ସରକାର ଉପରେ ପ୍ରଭାବ ପକାଇବ ବୋଲି ସାଧାରଣରେ ଆଲୋଚନା ହେଉଛି ।

ସେପଟେ କର୍ଣ୍ଣାଟକ ବିଜେପି ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟରେ ବିଜେପି ସରକାର ଗଠନ କରିବାର ସମ୍ଭାବନା ଖୋଜିବେ ବୋଲି ଚର୍ଚ୍ଚା ହେଉଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.