ETV Bharat / bharat

ଜନସାଧାରଣଙ୍କ ଉଦ୍ଦେଶ୍ୟ ରେଲୱେ ମ୍ୟୁଜିୟମ ଉତ୍ସର୍ଗ କଲେ ପୀୟୁଷ ଗୋୟଲ

author img

By

Published : Aug 10, 2020, 10:46 AM IST

ଆଡଭାନ୍ସ ସିଷ୍ଟମ ବିଶିଷ୍ଟ ଏକ ରେଲୱେ ମ୍ୟୁଜିୟମକୁ ହୁବୁଲି ଜନସାଧାରଣଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଉତ୍ସର୍ଗ କରିଛନ୍ତି ।

_railway meseum
ଜନସାଧାରଣଙ୍କ ଉଦ୍ଦେଶ୍ୟ ରେଲୱେ ମ୍ୟୁଜିୟମ ଉତ୍ସର୍ଗ କଲେ ପୀୟୁଷ ଗୋୟଲ

ବେଙ୍ଗାଲୁରୁ: ଆଡଭାନ୍ସ ସିଷ୍ଟମ ବିଶିଷ୍ଟ ଏକ ରେଲୱେ ମ୍ୟୁଜିୟମକୁ ହୁବୁଲି ଜନସାଧାରଣଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଉତ୍ସର୍ଗ କରିଛନ୍ତି ।

ଦକ୍ଷିଣ ପଶ୍ଚିମ ରେଲୱେ ଜୋନର ମୁଖ୍ୟାଳୟ ଥିବା ହୁବୁଲିରେ ମ୍ୟୁଜିୟମ ଲୋକଙ୍କୁ ରୋଲିଂ ଷ୍ଟକ୍, ମାଲାପ୍ରଭା ଏବଂ ଘାଟପ୍ରଭା କୁଟୀର, ଥିଏଟର କୋଚ୍, ସୁରୁଚି କାଫେଟେରିଆ, ଖେଳନା ଟ୍ରେନ୍, ସ୍ମାରକପତ୍ର ସପ୍, ଟିକେଟ୍ ପ୍ରିଣ୍ଟିଂ ମେସିନ୍, ମଡେଲ୍ ଟ୍ରେନ୍ ଚଲାଇବାରେ ସୁବିଧା ଯୋଗାଇବ ବୋଲି ଏକ ବିବୃତ୍ତିରେ କୁହାଯାଇଛି।ଏହି ମ୍ୟୁଜିୟମରେ ପ୍ରଥମ ଆଖିଦୃଶିଆ ଜିନିଷ ହେଉଛି ପ୍ରବେଶ ଦ୍ୱାରରେ ଥିବା ଗ୍ରାଣ୍ଡ୍ ଆର୍ଚ । ଯାହା ଲୋକଙ୍କୁ ସ୍ୱାଗତ କରିଥାଏ ।

ଭିଡିଓ କନଫରେସିଂ ମାଧ୍ୟମରେ ମ୍ୟୁଜିୟମକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଥିବା କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ, ରେଳୱେ ଆମ ସମସ୍ତଙ୍କ ଭାବପ୍ରବଣତା ସହ ଜଡିତ। ରେଳୱେ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ବିଭିନ୍ନ ଫେଜରେ ଆମର ବ୍ୟକ୍ତିଗତ ଯାତ୍ରାର ସାକ୍ଷୀ ରହିଛି ।

ମହାତ୍ମା ଗାନ୍ଧୀ ରେଳ ମାଧ୍ୟମରେ ଭାରତକୁ ବୁଝିପାରିଥିଲେ ବୋଲି ଦର୍ଶାଇ ଗୋଏଲ କହିଛନ୍ତି, ଅତୀତର ରେଳୱେ ବର୍ତ୍ତମାନ ଆଧୁନିକ ଯୁଗର ବୁଲେଟ ଟ୍ରେନରେ ପରିବର୍ତ୍ତନ କରିଛି । ଏହି ମ୍ୟୁଜିୟମ ସେହି ପରିବର୍ତ୍ତନ ପାଇଁ ଏକ ଶ୍ରଦ୍ଧାଞ୍ଜଳି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.