ETV Bharat / bharat

'ପାକିସ୍ତାନ ସମର୍ଥନରେ କହୁଥିବା ଲୋକଙ୍କୁ ଗୁଳି ମାରି ହତ୍ୟା କରିବାକୁ ହେଉ ଆଇନ' - ପାକିସ୍ତାନ ସମର୍ଥନରେ ନାରାବାଜି

ପାକିସ୍ତାନ ସମର୍ଥନରେ ନାରାବାଜି କରୁଥିବା ବ୍ୟକ୍ତିଙ୍କୁ ଦେଖିଲା ମାତ୍ରେ ଗୁଳି କରି ହତ୍ୟା କରିବା ପାଇଁ ଆଇନ୍‌ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କର୍ଣ୍ଣାଟକ ମନ୍ତ୍ରୀ ବିସି ପାଟିଲ । ଅଧିକ ପଢନ୍ତୁ...

karnataka-minister-bc-patil
କର୍ଣ୍ଣାଟକ ମନ୍ତ୍ରୀ ବିସି ପାଟିଲ
author img

By

Published : Feb 24, 2020, 2:29 PM IST

ବେଙ୍ଗାଲୁରୁ: ପାକିସ୍ତାନ ସମର୍ଥନରେ ନାରାବାଜି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ ଆଇନ୍‌ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କର୍ଣ୍ଣାଟକ ମନ୍ତ୍ରୀ ବିସି ପାଟିଲ । କେନ୍ଦ୍ର ସରକାର ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା କିମ୍ବା ପାକିସ୍ତାନ ସପକ୍ଷରେ କହୁଥିବା ବ୍ୟକ୍ତିଙ୍କୁ ଦେଖିଲା ମାତ୍ରେ ଗୁଳି କରି ହତ୍ୟା କରିବା ପାଇଁ ଆଇନ୍‌ ପ୍ରଣୟନ କରନ୍ତୁ ବୋଲି ସେ କହିଛନ୍ତି ।

କୃଷି ମନ୍ତ୍ରୀ ବିସି ପାଟିଲ ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଲୋକମାନେ ଭାରତର ଖାଦ୍ୟ, ପାଣି ଓ ପବନ ବ୍ୟବହାର କରୁଛନ୍ତି । ଯଦି ସେମାନଙ୍କୁ ପାକିସ୍ତାନ ସମର୍ଥନରେ ନାରାବାଜି କରିବାର ଅଛି, ତାହେଲେ ସେମାନେ ଭାରତରେ କାହିଁକି ରହୁଛନ୍ତି । ଚୀନ୍‌ବାସୀ ସେମାନଙ୍କ ଦେଶ ବିରୋଧରେ କହିବାକୁ ଭୟ କରନ୍ତି । ତେଣୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛି ସିଏ ଦେଶର ବିଶ୍ବାସ ଘାତକମାନଙ୍କ ସହ ମୁକାବିଲା କରିବାକୁ କଠୋର ଆଇନ ପ୍ରଣୟନ କରନ୍ତୁ ।

ସୂଚନାଯୋଗ୍ୟ ଯେ, ଫେବୃଆରୀ 20 ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ସିଏଏ ବିରୋଧୀ ଜନସଭାରେ ଜଣେ ଯୁବତୀ ପାକିସ୍ତାନ ସମର୍ଥନରେ ନାରାବାଜି କରିଥିଲେ । ଯୁବତୀ ଜଣକ ଅମୁଲ୍ୟା ଲିଓନି ବୋଲି ଜଣା ପଡିଥିଲା । ତେବେ ବର୍ତ୍ତମାନ ତାଙ୍କୁ 14 ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.