ETV Bharat / bharat

କର୍ଣ୍ଣାଟକରେ ଆଶାକର୍ମୀଙ୍କ 'ପାଦ ପୂଜା' କରି ଚର୍ଚ୍ଚାରେ ବିଜୟକୁମାର

କୋରୋନା ସମୟରେ ନିଜ ପ୍ରତି ଓ ପରିବାର ପ୍ରତି ଧ୍ୟାନ ନଦେଇ ଅହରହ କାମ କରୁଥିବା ଆଶାକର୍ମୀଙ୍କୁ ସମ୍ମାନ ଜଣାଇଛନ୍ତି କର୍ଣ୍ଣାଟକର ବିଜୟକୁମାର। ଅଧିକ ପଢନ୍ତୁ...

Karnataka man performs 'pada puja' for ASHA workers
କର୍ଣ୍ଣାଟକରେ ଆଶାକର୍ମୀଙ୍କ 'ପାଦ ପୂଜା' କରି ଚର୍ଚ୍ଚାରେ ବିଜୟକୁମାର
author img

By

Published : Apr 28, 2020, 3:40 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର କଲବୁର୍ଗୀରେ COVID-19 ପାଇଁ ଲକଡାଉନ ସମୟରେ ଆଶା କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟରେ ଜଣେ ବ୍ୟକ୍ତି ସମ୍ପ୍ରଦାୟର ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ସମ୍ମାନ ବ୍ୟକ୍ତ କରି ତାଙ୍କ 'ପାଦ ପୂଜା' କରିଥିଲେ ।

କାଲବୁର୍ଗୀ ଜିଲ୍ଲାର ଅଲଣ୍ଡା ତାଲୁକ ନିବରଗା ଗାଁର ବିଜୟକୁମାର ତାଙ୍କ ଘରେ କୋରୋନା ଯୋଦ୍ଧାମାନଙ୍କ ପାଇଁ 'ପାଦ ପୂଜା' କରିଛନ୍ତି । ଯେତେବେଳେ ଆଶା କର୍ମୀମାନେ ବିଜୟକୁମାରଙ୍କ ଘରକୁ କୋଭିଡ -19 ସର୍ବେକ୍ଷଣର ଏକ ଅଂଶ ଭାବରେ ଯାଇଥିଲେ, ସେତେବେଳେ ସେ ସେମାନଙ୍କୁ ସ୍ୱାଗତ କରିଥିଲେ ଏବଂ 'ପାଦ ପୂଜା' କରିଥିଲେ।

ବିଜୟକୁମାର ସେମାନଙ୍କୁ କହିଛନ୍ତି ଯେ, ଆପଣ କୋରୋନା ଭାଇରସ ବିରୁଦ୍ଧରେ ଲଢୁଥିବା ପ୍ରକୃତ ଯୋଦ୍ଧା ଅଟନ୍ତି। ସେହିପରି ଧରୱାଡର କେଏମଏଫରେ କାମ କରୁଥିବା କୋରୋନା ଆକ୍ରାନ୍ତ ଏନଏସ ଅରିଭାଲାଦା ଗୋଟେ ଦିନ ପୂର୍ବରୁ ସହରରେ ମଇଳା ସଫା କରୁଥିବା ଲୋକଙ୍କର ମଧ୍ୟ 'ପାଦ ପୂଜା' କରିଥିଲେ ।

କୋରୋନା ଭାଇରସ ମଧ୍ୟରେ ସ୍କାଭେନଜର୍ସଙ୍କ କଠିନ ପରିଶ୍ରମ ଦେଖି ଆରିଭାଲାଡା ସେମାନଙ୍କ ମଧ୍ୟରୁ କେତେକଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରି 'ପାଦ ପୂଜା' କରିଥିଲେ ଏବଂ ସେମାନଙ୍କୁ ମିଠା ଏବଂ ଖାଦ୍ୟ କିଟ୍ ଯୋଗାଇ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.