ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆହୁରି 2 କୋରୋନା ଆକ୍ରାନ୍ତ ଚିହ୍ନଟ । ସୂଚନା ଦେଲେ କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10 ଛୁଇଁଛି ।
ସୋମବାର ରାତିରେ ଏହି ଦୁଇଜଣଙ୍କ ରିପୋର୍ଟ ଆସିବା ପରେ ଦୁହିଁଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା ଆରମ୍ଭ ହୋଇଛି । ଏମାନଙ୍କ ମଧ୍ୟରୁ ଜଣେ କଲାବୁରାଗି ଅଞ୍ଚଳର ବୋଲି ଜଣାପଡିଛି । ଅନ୍ୟ ଜଣେ ବେଙ୍ଗାଲୁରୁ ବୋଲି ଜଣାପଡିଥିବା ବେଳେ ନିକଟରେ ସେ ଆମେରିକାରୁ ଫେରିଥିବା ଜଣାପଡିଛି । ଅନ୍ୟ ଜଣେ ଆକ୍ରାନ୍ତଙ୍କ ସହ ସେ ସମାନ ବିମାନରେ ଯାତ୍ରା କରିଥିଲେ । ଦୁଇ ଆକ୍ରାନ୍ତ ଅନ୍ୟ କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ମଧ୍ୟ ପରୀକ୍ଷା କରାଯିବ ।
ଏହାଛଡା ଏହି ରୋଗ ବ୍ୟାପିବାରୁ ରୋକିବା ନେଇ COVID-18 କଣ୍ଟ୍ରୋଲ ରୁମର ବ୍ୟବସ୍ଥା କାରଯାଇଛି । କର୍ଣ୍ଣାଟରର ବିକାଶ ସୌଧରେ ଏହି କଣ୍ଟ୍ରୋଲ ରୁମ ରହିଛି । ଏହା 24 ଘଣ୍ଟା ଚାଲୁ ରହିବ ।
@ANI