ETV Bharat / bharat

ଡାକ୍ତରଙ୍କ ଦରମା 45 ହଜାରକୁ ବୃଦ୍ଧି କଲେ କର୍ଣ୍ଣାଟକ ସରକାର - Karnataka govt hikes salaries of National Health Mission doctors

ଜାତୀୟ ସ୍ବାସ୍ଥ୍ୟ ମିଶନ (NHM) ଅଧୀନରେ ଥିବା ଡାକ୍ତରଙ୍କ ଦରମା କର୍ଣ୍ଣାଟକରେ 45,000 ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସ୍ବାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ଡ଼ଃ କେ ସୁଧାକର କହିଛନ୍ତି ।

National Health Mission doctors
ଡାକ୍ତରଙ୍କ ଦରମା 45 ହଜାରକୁ ବୃଦ୍ଧି କଲେ କର୍ଣ୍ଣାଟକ ସରକାର
author img

By

Published : Jul 21, 2020, 1:25 PM IST

ବେଙ୍ଗାଲୁରୁ: ଜାତୀୟ ସ୍ବାସ୍ଥ୍ୟ ମିଶନ (NHM) ଅଧୀନରେ ଥିବା ଡାକ୍ତରଙ୍କ ଦରମା କର୍ଣ୍ଣାଟକରେ 45,000 ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସ୍ବାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ଡ଼ଃ କେ ସୁଧାକର କହିଛନ୍ତି । ସୋମବାର ଗଣମାଧ୍ୟମକୁ ସମ୍ବୋଧିତ କରି ଡ଼ଃ କେ ସୁଧାକର କହିଛନ୍ତି ଯେ ଡାକ୍ତରଙ୍କ ଦରମା ବୃଦ୍ଧି ରାଜ୍ୟ ସରକାର ବହନ କରିବେ ଓ ASHA କର୍ମଚାରୀଙ୍କ ଦରମା ମଧ୍ୟ ଖୁବ୍ ଶୀଘ୍ର ବୃଦ୍ଧି ପାଇବ।

ରାଜ୍ୟରେ କୋଭିଡ୍-19 ପରିଚାଳନା ବିଷୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ କଣ୍ଟେନମେଣ୍ଟ ଜୋନରେ ପରୀକ୍ଷା ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୁପ୍ପାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ କହିଛନ୍ତି ଯେ ଇନ୍‌ଫ୍ଲୁଏଞ୍ଜା ପରି ରୋଗ (ଆଇଏଲ୍ଆଇ) ଓ ଭୟଙ୍କର ତୀବ୍ର ଶ୍ବାସକ୍ରିୟା ସଂକ୍ରମଣ (SARI) ଚିହ୍ନଟ ପାଇଁ ବୁଥ୍ ସ୍ତରୀୟ କମିଟି ଘର-ଘର ବୁଲି ସର୍ଭେ କରିବେ ଓ ଅସୁରକ୍ଷିତ ବ୍ୟକ୍ତି ଚିହ୍ନଟ କରାଯିବ ।

କର୍ଣ୍ଣାଟକରେ ସୋମବାର 3,648 କୋଭିଡ-19 ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ମାମଲା 67,420 କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ 1,403ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 42,216ଟି ଆକ୍ଟିଭ୍ କେସ୍ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.