ETV Bharat / bharat

କର୍ଣ୍ଣାଟକରେ ସେପ୍ଟେମ୍ବର ପହିଲାରୁ ଅନଲାଇନ, ଅକ୍ଟୋବରରୁ ଅଫଲାଇନ କ୍ଲାସ ଆରମ୍ଭ

author img

By

Published : Aug 27, 2020, 1:30 PM IST

ସେପ୍ଟେମ୍ବର ପହିଲାରୁ ଖୋଲିବ ସମସ୍ତ ଡିଗ୍ରୀ କଲେଜ । ସମସ୍ତ ଡିଗ୍ରୀ କଲେଜରେ ଆସନ୍ତା ମାସର ପ୍ରଥମ ଦିନରୁ ଅନଲାଇନ୍ କ୍ଲାସ ଏବଂ ଅକ୍ଟୋବର 1 ତାରିଖରୁ ଅଫଲାଇନ୍ କ୍ଲାସ୍ ଆରମ୍ଭ କରିବା ବୋଲି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡକ୍ଟର ସି ଏନ ଅଶ୍ୱଥନାରାୟଣ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ସେପ୍ଟେମ୍ବର ପହିଲାରୁ କର୍ଣ୍ଣାଟକ ସମସ୍ତ କଲେଜରେ ଅନଲାଇନ କ୍ଲାସ ଆରମ୍ଭ

ବେଙ୍ଗାଲୁରୁ: ସେପ୍ଟେମ୍ବର ପହିଲାରୁ ଖୋଲିବ ସମସ୍ତ ଡିଗ୍ରୀ କଲେଜ । ଗତକାଲି ବେଙ୍ଗାଲୁରୁରେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରି, ସମସ୍ତ ଡିଗ୍ରୀ କଲେଜ ଆସନ୍ତା ମାସର ପ୍ରଥମ ଦିନରୁ ଅନଲାଇନ୍ କ୍ଲାସ ଏବଂ ଅକ୍ଟୋବର 1 ତାରିଖରୁ ଅଫଲାଇନ୍ କ୍ଲାସ୍ ଆରମ୍ଭ କରିବା ବୋଲି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡକ୍ଟର ସି ଏନ ଅଶ୍ୱଥନାରାୟଣ ଘୋଷଣା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଅଫଲାଇନ୍ କ୍ଲାସ୍ କରିବା ସହ ସେପ୍ଟେମ୍ବରରେ କିଛି ଡିଗ୍ରୀ ପରୀକ୍ଷା ଉପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀକୁ ଅପେକ୍ଷା କରାଯାଇଛି। ତେବେ ଡିଗ୍ରୀ କଲେଜ ଆରମ୍ଭ ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ କରାଯାଇଛି ବୋଲି ସି ଏନ ଅଶ୍ୱଥନାରାୟଣ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିହିତ ସ୍ବାର୍ଥ ପାଇଁ NEET ପରୀକ୍ଷା କରି ପିଲାମାନଙ୍କ ଭବିଷ୍ୟତ ସହିତ ଖେଳିବା ଉଚିତ ନୁହେଁ । ବିରୋଧୀ ଦଳ ଉପରେ ସନ୍ଦେହ ପ୍ରକଟ କରି ମନ୍ତ୍ରୀ କହିଛନ୍ତି ଯେ ଏହା ଯୋଗ୍ୟତା ଆଧାରରେ ନୁହେଁ ବରଂ ଅସ୍ପଷ୍ଟ ମାଧ୍ୟମରେ ବୃତ୍ତିଗତ ପାଠ୍ୟକ୍ରମରେ ସିଟ୍ ଆବଣ୍ଟନ କରିବାର ପ୍ରୟାସ ହୋଇପାରେ। ସେ କର୍ଣ୍ଣାଟକର ଉଦାହରଣ ଦେଇକହିଛନ୍ତି ଯେ, କର୍ଣ୍ଣାଟକର 63 ଟି କୋଭିଡ ପଜିଟିଭ ଛାତ୍ରଙ୍କ ସମେତ ସଫଳତାର ସହିତ 1.94 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.