ETV Bharat / bharat

କର୍ଣ୍ଣାଟକରେ ପ୍ରଥମ ମୋବାଇଲ କୋରୋନା ଟେଷ୍ଟିଙ୍ଗ ଲ୍ୟାବ ଉଦଘାଟିତ

author img

By

Published : Aug 6, 2020, 4:03 PM IST

ଗୁରୁବାର କର୍ଣ୍ଣାଟକ ମେଡିକାଲ ଏଜୁକେସନ ମନ୍ତ୍ରୀ ଡ.କେ ଶୁଦ୍ଧାକର ଆଇସିଏମଆର ଦ୍ବାରା ଅନୁମୋଦନ ପାଇଥିବା ପ୍ରଥମ ମୋବାଇଲ କୋରୋନା ଟେଷ୍ଟିଙ୍ଗ ଲ୍ୟାବ ଉଦଘାଟନ କରିଛନ୍ତି ।

mobile covid-19 testing labs
କର୍ଣ୍ଣାଟକରେ ପ୍ରଥମ ମୋବାଇଲ କୋରୋନା ଟେଷ୍ଟିଙ୍ଗ ଲ୍ୟାବ ଉଦଘାଟିତ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରଥମ ମୋବାଇଲ କୋରୋନା ଟେଷ୍ଟିଙ୍ଗ ଲ୍ୟାବ ଉଦଘାଟିତ । ଗୁରୁବାର କର୍ଣ୍ଣାଟକ ମେଡିକାଲ ଏଜୁକେସନ ମନ୍ତ୍ରୀ ଡ.କେ ଶୁଦ୍ଧାକର ଆଇସିଏମଆର ଦ୍ବାରା ଅନୁମୋଦନ ପାଇଥିବା ପ୍ରଥମ ମୋବାଇଲ କୋରୋନା ଟେଷ୍ଟିଙ୍ଗ ଲ୍ୟାବ ଉଦଘାଟନ କରିଛନ୍ତି ।

ମନ୍ତ୍ରୀ ଟେଷ୍ଟିଙ୍ଗ ଲ୍ୟାବ ଉଦଘାଟନ ପରେ ଏକ ଟ୍ବିଟ ଜରିଆରେ କହିଛନ୍ତି, ଆଇିଏମଆର ଦ୍ବାରା ଅନୁମୋଦନ ପାଇଥିବା ମୋବାଇଲ ଲ୍ୟାବ ଦିନକୁ 400 ଆରଟି-ପିସିଆର କୋରୋନା ପରୀକ୍ଷା କରିବ । ଯାହାର ରେଜଲ୍ଟ 4 ଘଣ୍ଚା ମଧ୍ୟରେ ଜଣାପଡିବ ।

ପ୍ରକାଶ ଥାଉକି, କର୍ଣ୍ଣାଟକରେ ବର୍ତ୍ତମାନ 1,51,459 କୋରୋନା ମାମଲା ରହିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 74,979 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 73,966 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହ ଏହି ମାରାତ୍ମକ ଭାଇରସ କାରଣରୁ 2804 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.