ETV Bharat / bharat

ଉଦ୍ୟମ ଆଗରେ ହାର ମାନିଲା ପ୍ରତିବନ୍ଧକ, ପଦ୍ମଶ୍ରୀ ସମ୍ମାନ ପାଇଲେ ଫଳଦୋକାନୀ

author img

By

Published : Jan 27, 2020, 3:08 PM IST

Updated : Jan 27, 2020, 3:24 PM IST

କର୍ଣ୍ଣାଟକର ଜଣେ ଫଳ ଦୋକାନୀ ହରେକାଲା ହଜାବା ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି । 68 ବର୍ଷୀୟ ଏହି ଫଳ ଦୋକାନୀ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ଗ୍ରାମରେ ଆର୍ଥିକ ଅନଗ୍ରସର ପିଲା ମାନଙ୍କ ପାଇଁ ସ୍କୁଲ ଚଳାଉଛନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

Karnataka fruit seller who started school awarded Padma Shri
ଉଦ୍ୟମ ଆଗରେ ହାର ମାନିଲା ପ୍ରତିବନ୍ଧକ, କର୍ଣ୍ଣାଟକର ଫଳଦୋକାନୀଙ୍କୁ ମିଳିଲା ପଦ୍ମଶ୍ରୀ

ବେଙ୍ଗାଲୁରୁ: ଗତ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ 2020 ବର୍ଷ ପାଇଁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଥିବା 20 ଜଣଙ୍କ ମଧ୍ୟରେ କର୍ଣ୍ଣାଟକର ଜଣେ ଫଳ ଦୋକାନୀ ହରେକାଲା ହଜାବା ରହିଛନ୍ତି । 68 ବର୍ଷୀୟ ଏହି ଫଳ ଦୋକାନୀ ଏକ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ଗ୍ରାମରେ ଆର୍ଥିକ ଅନଗ୍ରସର ପିଲା ମାନଙ୍କ ପାଇଁ ସ୍କୁଲ ଚଳାଉଛନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

ହରେକାଲା ହଜାବା ମାଙ୍ଗାଲୁରୁର ହାମ୍ପାନକଟ୍ଟା ମାର୍କେଟରେ ଫଳ ବିକ୍ରି କରନ୍ତି । ଫଳ ବ୍ୟବସାୟରୁ କରୁଥିବା ଉପାର୍ଜନକୁ ସେ ପିଲାମାନଙ୍କ ପାଠ ପଢିବାରେ ଖର୍ଚ୍ଚ କରିଥାନ୍ତି । ପ୍ରଥମରୁ ଏକ ମସଜିଦରେ ନିଜର ସ୍କୁଲ ଖୋଲିଥିବା ବେଳେ ବର୍ତ୍ତମାନ ନିଜେ ଏକ ସ୍କୁଲ ଖୋଲିଛନ୍ତି ।

ଏକଦା ହରେକାଲା ଫଳ ବିକ୍ରି କରୁଥିବା ବେଳେ ଏକ ବିଦେଶୀ ଦମ୍ପତି ତାଙ୍କୁ କମଳାର ଦାମ ପଚାରିଥିଲେ । ହେଲେ ସେ ତାହା ବୁଝି ପାରିନଥିଲେ । ନିଜର ସମସ୍ତ ଚେଷ୍ଟାପରେ କେବଳ ଟୁଲୁ ଓ ବେରୀ ଭାଷା ଛଡା ଆଉ କିଛି କହିପାରିନଥିଲେ । ସେତେବେଳେ ତାଙ୍କୁ ବେଶ ଖରାପ ଲାଗିଥିଲା । ଏହାପରେ ସେ ନିଜେ ନ ପଢିପାରିଲେ କଣ ହେଲା ଅନ୍ୟ ପିଲାଙ୍କୁ ପାଠ ପଢାଇବା ପାଇଁ ଚେଷ୍ଟା କଲେ ଓ ସେଥିରେ ସଫଳ ହେଲେ ।

ପ୍ରଥମେ ହଜାବା ଏକ ମସଜିଦରେ ଏକ ସ୍କୁଲ ଚଳାଇବା ଆରମ୍ଭ କଲେ । ସେଠାରେ ପିଲାମାନଙ୍କ ସ୍ବଚ୍ଛତା ଧ୍ୟାନ ଦେବା ସହ ଫୁଟାପାଣି ପିଇବାର ବ୍ୟବସ୍ଥା କରିଥିଲେ । ଏହାପରେ ସେ ଜିଲ୍ଲା ପଞ୍ଚାୟତ ଅଫିସରେ ନିଜର ଅଭିଯୋଗ ଜଣାଉଥିଲେ । ଏଥିରେ ସେ ପିଲାମାନଙ୍କ ଶିକ୍ଷା ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବା ପାଇଁ ଅନୁରୋଧ କରିଥିଲେ ।

ହଜାବାଙ୍କ ପ୍ରୟାସ ଦ୍ବାରା ଜିଲ୍ଲା ପ୍ରଶାସନ ସହାୟତାରେ 2008 ମସିହାରେ ଦକ୍ଷିଣ କନ୍ନଡ ଜିଲ୍ଲା ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଢି ଉଠିଥିଲା । ନ୍ୟୁପାଡୁପୁ ଗ୍ରାମରେ ଏହି ବିଦ୍ୟାଳୟ ଗଢି ଉଠିଥିଲା । ସେ ବିଦ୍ୟାଳୟକୁ ଅର୍ଥ ଯୋଗାଇବା ପାଇଁ ଏକ କମିଟି ମଧ୍ୟ ଗଠନ କରିଥିଲେ । ସ୍କୁଲ ଗଠନ ପରେ 68 ବର୍ଷ ବୟସରେ ପ୍ରତ୍ୟହ ସକାଳେ ସ୍କୁଲ ସଫା କରିବା ସହ ପିଲାଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରୁଥିଲେ ।

2014 ମସିହାରେ ଡେପୁଟି କମିଶନର ତାଙ୍କ ନାମକୁ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ସୁପାରିଶ କରିଥିଲେ । ସେହିପରି ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କ ନାମକୁ କେନ୍ଦ୍ରକୁ ସୁପାରିଶ କରିଥିଲେ । ସେହିପରି 2012 ମସିହାରେ ତାଙ୍କ ସୁପାରିଶ କ୍ରମେ ସେହି ସ୍ଥାନରେ ଏକ ଉଚ୍ଚ ବିଦ୍ୟାଳୟ ମଧ୍ୟ ଗଠନ କରାଯାଇଥିଲା । ସେହିପରି ହଜାବାଙ୍କ ଜୀବନୀକୁ ମାଙ୍ଗାଲୋର ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇଛି ।

Intro:Body:

BLANK

Conclusion:
Last Updated : Jan 27, 2020, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.