ବେଙ୍ଗାଲୁରୁ: ପ୍ରତିବର୍ଷ ଦଶହରା ମହୋତ୍ସବ ଲାଗି ଭେରାନାହୋସାହଲ୍ଲୀରେ ଏକ ପାରମ୍ପରିକ ବିଦାୟ ସମାରୋହ ଅନୁଷ୍ଠିତ ହୋଇଥାଏ ଯେଉଁଥିରେ କିଛି ହାତୀମାନଙ୍କୁ ଅଳଙ୍କାରରେ ସଜ୍ଜିତ କରାଯାଇ ପୂଜା କରାଯାଇଥାଏ । ଚଳିତ ବର୍ଷ କୋରୋନା ଲାଗି, ରାଜ୍ୟ ମହୋତ୍ସବ "ଦଶହରା ମହୋତ୍ସବ-2020"କୁ ସରଳ ଏବଂ ପାରମ୍ପରିକ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଣାପଡିଛି ।
ଅଭିମନ୍ୟୁଙ୍କ ନେତୃତ୍ୱରେ ବିକ୍ରମ, ବିଜୟ, ଗୋପୀ ଏବଂ କାଭେରୀ ହାତୀମାନେ ଉତ୍ସବରେ ଯୋଗ ଦେଇଥାନ୍ତି । କିନ୍ତୁ କରୋନା ପାଇଁ ପ୍ରଥମ ଥର ଲାଗି ଏହି କାର୍ଯ୍ୟକ୍ରମରେ କୌଣସି ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇନଥିଲା ।
ଅଭିମନ୍ୟୁଙ୍କ ନେତୃତ୍ୱାଧୀନ ଗଜପଦେ ବା ଅଳଙ୍କାରମାନରେ ସୁସଜ୍ଜିତ ହୋଇଥିବା ହାତୀମାନେ ଗୁରୁବାର ମହୀଶୂର ଫରେଷ୍ଚ ଭବନରେ ପହଞ୍ଚିବେ ଏବଂ ରାତି ସାରା ସେଠାରେ ରହିବେ । ତା' ପରଦିନ ଅର୍ଥାତ୍ ଶୁକ୍ରବାର ମନ୍ତ୍ରୀ ଏସ ଟି ସୋମଶେଖରଙ୍କ ଦ୍ବାରା 12ଟା 8ରୁ 12ଟା 40 ମଧ୍ୟରେ ଥିବା ଧନୁର ଲଗ୍ନରେ ନିମନ୍ତ୍ରିତ କରିବେ । ପରେ ସେମାନେ ଜୟା ମାର୍ଥାଣ୍ଡା ଦ୍ବାର ଦେଇ ରାଜଭବନରେ ପ୍ରବେଶ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ