ETV Bharat / bharat

ଜୁଲାଇ 16 ପର୍ଯ୍ୟନ୍ତ ହେବନି ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାର ନିଷ୍ପତି - karnataka-crisis

ଆସନ୍ତା 16 ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ବିଧାୟକଙ୍କ ଇସ୍ତଫା ବାବଦରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇ ଆଦେଶ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Jul 12, 2019, 5:34 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ସଙ୍କଟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ବାଚସ୍ପତି ବିଧାୟକଙ୍କ ଇସ୍ତଫା ବାବଦରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇ ଆଦେଶ ଦେଇଛନ୍ତି । ଏହା ସହିତ ବାଚସ୍ପତି ବିଧାୟକଙ୍କ ଅଯୋଗ୍ୟତା ଉପରେ ମଧ୍ୟ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । କୋର୍ଟଙ୍କ ନିକଟକୁ ସମ୍ପୁର୍ଣ୍ଣ ତଥ୍ୟ ଆସିନାହିଁ । ତେଣୁ ସମ୍ପୁର୍ଣ୍ଣ ତଥ୍ୟ ଆସିବା ପରେ ଆସନ୍ତା ମଙ୍ଗଳବାର ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ଏହା ପୂର୍ବରୁ ଶୁଣାଣି ସମୟରେ ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଓକିଲ ମୁକୁଲ ରହତୋଗୀ ବାଚସ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟରେ ଦାବି କରିଥିଲେ । ସେ କହିଥିଲେ, ଇସ୍ତଫା ଗ୍ରହଣ ନକରି ବାରମ୍ବାର ତାକୁ ପଢିବାକୁ କହୁଛନ୍ତି ବାଚସ୍ପତି । ଗୋଟିଏ ଲାଇନର ଇସ୍ତଫା ପତ୍ରକୁ ପଢିବାକୁ ତାଙ୍କୁ କେତେ ସମୟ ଲାଗୁଛି ବୋଲି ସେ କହିଥିଲେ ।

ସେପଟେ ଇସ୍ତଫା ଗ୍ରହଣ କରିବା ପୂର୍ବରୁ ବିଧାୟକ କଣ ପାଇଁ ଇସ୍ତଫା ଦେଇଛନ୍ତି ବାଚସ୍ପତି ତାର ସ୍ପଷ୍ଟ କାରଣ ଜାଣିବାକୁ ଚାହୁଁଥିବା ବାଚସ୍ପତିଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁ ସିଙ୍ଘଭି କହିଥିଲେ ।

Intro:Body:

BLANK  FOR STORY

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.