ବେଙ୍ଗାଲୁରୁ: ଠିକଣା ବଦଳାଉଛନ୍ତି କର୍ଣ୍ଣାଟକ କଂଗ୍ରେସ-ଜେଡିଏସର ଇସ୍ତଫା ଦେଇଥିବା ସମସ୍ତ ବିଦ୍ରୋହୀ ବିଧାୟକ । ସେମାନଙ୍କ ସହ ସ୍ବାଧୀନ ବିଧାୟକ ନାଗେଶ ମଧ୍ୟ ଥିବା ଜଣା ପଡିଛି । ସମସ୍ତ ବିଧାୟକଙ୍କୁ ମୁମ୍ବାଇରୁ ଗୋଆ ସିଫ୍ଟ କରାଯାଉଛି । ସମସ୍ତଙ୍କୁ ମୁମ୍ବାଇରୁ ସଡକ ମାର୍ଗରେ ଗୋଆ ନିଆଯାଉଥିବା ଜଣା ପଡିଛି ।
ସେପଟେ କର୍ଣ୍ଣାଟକ ସରକାରକୁ ସୁରକ୍ଷିତ ରଖିବା ପାଇଁ କୁମାରସ୍ବାମୀ ସରକାରଙ୍କ ସମସ୍ତ ମନ୍ତ୍ରୀ ସୋମବାର ଇସ୍ତଫା ଦେଇଛନ୍ତି । ରାଜ୍ୟରେ ଶାସନ କ୍ଷମତା ବଜାୟ ରଖିବା ପାଇଁ କଂଗ୍ରେସ ଏବଂ ଜେଡିଏସ ଲଗାତାର ପ୍ରୟାସ କରିବା ସତ୍ବେ ଏବେ ସୁଦ୍ଧା ସଫଳ ହୋଇନାହାନ୍ତି ।