ETV Bharat / bharat

ଆଜି 6ଟା ସୁଦ୍ଧା ହେବ ଆସ୍ଥା ଭୋଟ: ରାଜ୍ୟପାଳ ନୁହେଁ, ବାଚସ୍ପତି ଦେଲେ ଡେଡଲାଇନ

ସୋମବାର ସନ୍ଧ୍ୟା 6ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ କଂଗ୍ରେସ-ଜେଡିଏସର ମେଣ୍ଟ ସରକାର । ବାଚସ୍ପତି ଦେଲେ ଡେଡଲାଇନ ।

author img

By

Published : Jul 22, 2019, 1:05 PM IST

ଫାଇଲ ଫଟୋ

ବେଙ୍ଗାଲୁରୁ: ଆସିଲା ବାଚସ୍ପତିଙ୍କ ଡେଡଲାଇନ । ଆଜି ଯେକୌଣସି ମତେ ଅଗ୍ନି ପରୀକ୍ଷା ଦେବେ କୁମାରସ୍ବାମୀ । ସୋମବାର ସନ୍ଧ୍ୟା 6ଟା ସୁଦ୍ଧା କଂଗ୍ରେସ-ଜେଡିଏସର ମେଣ୍ଟ ସରକାରକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି ବାଚସ୍ପତି କେଆର ରମେଶ କୁମାର । ଏହା ବ୍ୟତୀତ 16 ବିଦ୍ରୋହୀ ବିଧାୟକ ଯଦି ଆଜି ସଦନକୁ ନ ପହଞ୍ଚୁଛନ୍ତି, ତାହେଲେ ସେମାନଙ୍କୁ ଅନୁପସ୍ଥିତ ଧରାଯିବ ବୋଲି ବାଚସ୍ପତି କହିଛନ୍ତି ।

ଏହା ପୂର୍ବରୁ ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କୁ ସମନ ଜାରି କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସାକ୍ଷାତ୍‌ ପାଇଁ ସେମାନଙ୍କୁ ସମୟ ଦେଇଛନ୍ତି ବାଚସ୍ପତି । ସେପଟେ ନିର୍ଦ୍ଦଳୀୟ ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ମନା କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସ୍ବାଧୀନ ବିଧାୟକ ମୁକୁଲ ରୋହତଗିଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଶୀଘ୍ର ଶକ୍ତି ପରୀକ୍ଷା ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି । ଏତେ ଶୀଘ୍ର ଶୁଣାଣି ଅସମ୍ଭବ ବୋଲି କୋର୍ଟ କହିଛନ୍ତି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.