ETV Bharat / bharat

ଆସ୍ଥା ଭୋଟ ପୂର୍ବରୁ ଆତ୍ମସମର୍ପଣ କଲେ କୁମାରସ୍ବାମୀ ! - hd-kumaraswamy get emotional

ଆସ୍ଥା ଭୋଟ ପୂର୍ବରୁ ଭାବୁକ ହେଲେ କୁମାରସ୍ବାମୀ । ମନେ ପକାଇଲେ ଅତୀତ କାହାଣୀ । ପରୀକ୍ଷା ଦେବେ ନା ପରୀକ୍ଷା ପୂର୍ବରୁ ଆତ୍ମସମର୍ପଣ କରିବେ !

ଫାଇଲ ଫଟୋ
author img

By

Published : Jul 19, 2019, 1:01 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ପୂର୍ବରୁ ଭାବୁକ ହେଲେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ । ଏଭଳି ପରିସ୍ଥିତିରେ ତାଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କରାଗଲା ବୋଲି ଭଗବାନଙ୍କୁ ପ୍ରଶ୍ନ କରିଛନ୍ତି ସେ । ଏହା ସହିତ ସରକାର ଗଠନ ପାଇଁ ବିଜେପିକୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି ।

2006ରେ ଘଟିଥିବା କର୍ଣ୍ଣାଟକ ରାଜନୀତିର ପୁରୁଣା କଥାକୁ ମନେ ପକାଇ ସେ କହିଛନ୍ତି, 2006ରେ ମୁଁ ସରକାର ଗଠନ ପାଇଁ ବିଜେପି ପାଖକୁ ଯାଇନଥିଲି । ସେତେବେଳେ ଯେଦ୍ଦୁରପ୍ପା ମତେ ସାକ୍ଷାତ କରିବାକୁ ଚାହିଁଥିଲେ । 12 ବର୍ଷ ପୂର୍ବେ ମୁଁ ନେଇଥିବା ନିଷ୍ପତ୍ତି ଭୁଲ୍‌ କିମ୍ବା ଠିକ୍‌ ମଧ୍ୟ ହୋଇପାରେ ।

ସେ ଆହୁରି କହିଛନ୍ତି ଯେ, କଂଗ୍ରେସ-ଜେଡିଏସ ସରକାର ଗଠନର ପ୍ରଥମ ଦିନରୁ ହିଁ ୟେଦ୍ଦୁରପା ସରକାର ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି । ଆପଣ ମୁଖ୍ୟମନ୍ତ୍ରୀଙ୍କ ଆସନ ନେଇପାରନ୍ତି । ଧୈର୍ଯ୍ୟ ଧରନ୍ତୁ ଆଜି ନହେଲେ ସୋମବାରକୁ ମଧ୍ୟ ଆପଣ ସରକାର ଗଠନ କରି ପାରିବେ ବୋଲି ସେ କହିଛନ୍ତି ।

Intro:ଜଙ୍ଗଲୀ ତଥା ବୁଦୁବୁଦିଆ ସ୍ଥାନ ଭଳି ଦେଖାଯାଉଥିବା ଅଞ୍ଚଳ ପ୍ରକୃତରେ ଏକ ନିର୍ମାଣାଧୀନ ସରକାରୀ କଲ୍ୟାଣ ମଣ୍ଡପ । ଲୋକଙ୍କ ସୁବିଧା ପାଇଁ ମୁର୍ଷୁଣ୍ଢି ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।କିନ୍ତୁ ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେଠାରେ କେବଳ ଫାଉଣ୍ଡେସନ କାମହୋଇ ଅଧାପନ୍ତରିଆ ହୋଇ ପଡିରହିଛି ।ସୂଚନା ମୁତାବକ୨୦୧୬-୧୭ ମସିହାରେ ଚତୁର୍ଦ୍ଦଶ ଅର୍ଥ କମିଶନ ରୁ ପ୍ରାପ୍ତ ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୁର୍ଷୁଣ୍ଢି ଠାରେ ଲୋକଙ୍କ ସୁବିଧା ପାଇଁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।କିନ୍ତୁ ଏବେ ତାହା ଅଧାପନ୍ତରିଆ ହୋଇ ପଡିରହିଥିବାରୁ ଅଞ୍ଚଳ ବାସୀ ବିବାହ ଆଦି ବିଭିନ୍ନ ସାମାଜିକ କାର୍ଯ୍ୟ କରିବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।ଏ ସମ୍ପର୍କରେ ବୌଦ୍ଧ ବିଡିଓ କହିଛନ୍ତି ଯେ ପର୍ଯ୍ୟାୟ କ୍ରମେ ଅର୍ଥ ମଞ୍ଜୁରୀ ହେଉଥିବାରୁ ପ୍ରଥମ ପର୍ଯ୍ୟାୟ ର ଦଶ ଲକ୍ଷ ଟଙ୍କା ଉକ୍ତ କାର୍ଯ୍ୟ ରେ ଲାଗିଛି, ବଳକା ଅର୍ଥ ମଞ୍ଜୁରୀ ହେଲେ କାମହେବ ।

Body:ଅଧାପନ୍ତରିଆ ହୋଇ ପଡିରହିଛି ମୁର୍ଷୁଣ୍ଢି ର କଲ୍ୟାଣ ମଣ୍ଡପ ଯୋଜନା ।

Conclusion:ବାଇଟ-୧-ଅନନ୍ତ କୁମାର ରାଉତ, ମୁର୍ଷୁଣ୍ଢି ବାସୀ
ବାଇଟ-୨-ଅଶ୍ବିନୀ କୁମାର ମେହେର, ବିଡିଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.