ETV Bharat / bharat

ସଙ୍କଟରେ କୁମାରସ୍ବାମୀ ସରକାର, ଇସ୍ତଫା ଦେଲେ ଆଉ 2 ବିଧାୟକ - karnataka

ବୁଧବାର କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ଆଉ 2 ଜଣ ବିଧାୟକ ଏମଟିବି ନାଗରାଜ ଏବଂ କେ ସୁଧାକର ଇସ୍ତଫା ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Jul 10, 2019, 5:10 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ପୁଣି ଝଟକା ଲାଗିଛି । ବୁଧବାର ଆଉ 2 ଜଣ ବିଧାୟକ ଏମଟିବି ନାଗରାଜ ଏବଂ କେ ସୁଧାକର ଇସ୍ତଫା ଦେଇଛନ୍ତି । ସେମାନେ ବାଚସ୍ପତିଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି । ତେବେ ବର୍ତ୍ତାମାନ ବିଧାୟକଙ୍କ ଇସ୍ତଫା ସଂଖ୍ୟା 16 କୁ ପହଞ୍ଚିଛି । ତେବେ ଏହି 2 ବିଧାୟକ ମଧ୍ୟ ମୁମ୍ବାଇ ଯିବାର ସମ୍ଭାବନା ରହିଛି ।

ଗୋଟିଏ ପଟେ କଂଗ୍ରେସ-ଜେଡିଏସ ମେଣ୍ଟ ବଞ୍ଚାଇବା ପାଇଁ କୁମାରସ୍ବାମୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସର ବରିଷ୍ଠ ନେତା କସରତ କରୁଛନ୍ତି । ଆଉ ସେପଟେ ଜଣଙ୍କ ପରେ ଜଣେ ବିଧାୟକ ମେଣ୍ଟ ସରକାରକୁ ବିରୋଧ କରି ଇସ୍ତଫା ଦେଉଛନ୍ତି ।

ଅନ୍ୟପଟେ କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କୁମାରସ୍ବାମୀଙ୍କ ଇସ୍ତଫା ଦେବି କରୁଛନ୍ତି। କୁମାରସ୍ବାମୀଙ୍କ ସରକାର ବହୁମତ ହରାଇଛି ତେଣୁ କୁମାରସ୍ବାମୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରୁଛନ୍ତି ।

Intro:Body:

BLANK FOR LINK

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.