ETV Bharat / bharat

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ - କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହାସହ ରାଜ୍ୟରେ କ୍ୟାବିନେଟରେ ବିସ୍ତାର ନେଇ ଆଲୋଚନା ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

Karnataka Chief Minister BS Yediyurappa met Union Home Minister Amit Shah
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
author img

By

Published : Jan 10, 2021, 6:08 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ଏହାସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କର୍ଣ୍ଣାଟକ ବିଜେପି ପ୍ରଭାରୀ ଅରୁଣ ସିଂଙ୍କୁ ମଧ୍ୟ ଭେଟିଛନ୍ତି ।

ନୂଆଦିଲ୍ଲୀରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । କର୍ଣ୍ଣାଟକରେ ନିକଟରେ ଶେଷ ହୋଇଥିବା ଗ୍ରାମପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କର୍ଣ୍ଣାଟକ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂଙ୍କୁ ଭେଟି ରାଜ୍ୟରେ ବିଜେପିର ଆଗାମୀ ରଣନୀତି ବିଷୟରେ ଆଲୋଚନା କରିଛନ୍ତି । ଏହାସହ କର୍ଣ୍ଣାଟକ ବିଜେପିର ରାଜନୈତିକ ଚର୍ଚ୍ଚା ହୋଇଥିବା ଜଣାପଡିଛି । କର୍ଣ୍ଣାଟକରେ ଦୁଇଟି ସଂସଦୀୟ କ୍ଷେତ୍ର ଓ ଗୋଟିଏ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହାସହ ରାଜ୍ୟରେ କ୍ୟାବିନେଟରେ ବିସ୍ତାର ପାଇଁ ଆଲୋଚନା ହୋଇଛି । ସୂଚନାଥାଉକି କର୍ଣ୍ଣାଟକ ଦକ୍ଷିଣ ଭାରତରେ ଏକମାତ୍ର ବିଜେପି ଶାସିତ ରାଜ୍ୟ । ରାଜ୍ୟରେ ବିଜେପିର ପ୍ରଦର୍ଶନକୁ ନେଇ ଆଗାମୀ ଦିନରେ ବିଜେପି ସମସ୍ତ ପ୍ରକାରର ପ୍ରସ୍ତୁତି କରୁଛି ।

ସେହିପରି ରାଜ୍ୟରେ କୋରୋନାଙ୍କୁ ରୋକିବାକୁ ନେଇ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହାସହ ସରକାର ସମସ୍ତ ପ୍ରକାରର ସାବଧାନତା ଅବଲମ୍ବନ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.