ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା କୋଭିଡ-19 ମୁକାବିଲା ପାଇଁ 1610 କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏହାସହ ଭଣ୍ଡାରୀ ଓ ଡ୍ରାଇଭରମାନଙ୍କୁ କ୍ଷତିପୂରଣ ହିସାବରେ 5000 ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।
ତାଲାବନ୍ଦ ଯୋଗୁଁ ଲୋକମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ 1610 କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଥରେ 2,30,000 ଭଣ୍ଡାରୀ ଓ 7,75,000 ଡ୍ରାଇଭରମାନଙ୍କୁ 5000 ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ 3500 ବସ ଓ ଟ୍ରେନ ଯୋଗେ ପ୍ରାୟ 1 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଜ ବାସସ୍ଥଳୀକୁ ପଠାଇଛନ୍ତି । ହେଲେ ଯେହେତୁ ଖୁବ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ତେଣୁ ସେ ପ୍ରବାସୀ ଶ୍ରମିକ ନଯିବା ପାଇଁ ଅନୁରୋଧ କରିଛନ୍ତି ।