ବେଙ୍ଗାଲୁରୁ: ଗୁରୁବାର କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଭୋଟ ଗ୍ରହଣ ଶେଷ ହୋଇଛି । ଏହି 15ଟି ଆସନରେ ସଂଧ୍ୟା 6ଟା ସୁଦ୍ଧା 66.25 % ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି ।
ଏହି ଉପନିର୍ବାଚନ ରାଜ୍ୟରେ ସତ୍ତାଧାରୀ ୟେଦୁରପ୍ପା ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରତ୍ବପୂର୍ଣ୍ଣ । ୧୫ଟି ଆସନରୁ ବିଜେପିକୁ ଅତି କମରେ ୭ଟି ଆସନରେ ବିଜୟ ଆବଶ୍ୟକ । ନହେଲେ ବିଜେପି ସରକାର ଭାଙ୍ଗିବ ଓ ବିରୋଧୀ ସରକାର ଗଢିବା ପାଇଁ ଦାବି କରିବେ ।