ନୂଆଦିଲ୍ଲୀ: ସହି ହେଲାନି ବିଜେପିଠୁ ପରାଜୟ । କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଲେ ସିଦ୍ଧରମୈୟା । କର୍ଣ୍ଣାଟକ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ସିଦ୍ଧରମୈୟା ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି ।
କର୍ଣ୍ଣାଟକରେ 15ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିବାବେଳେ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ମାତ୍ର 2 ଟିରେ ବିଜୟୀ ହୋଇଛି । ବିଜେପି 12 ଟି ଓ ସ୍ବାଧୀନ ଗୋଟିଏରେ ବାଜିମାତ କରିଛି ।
ତେବେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ସିଦ୍ଧରମୈୟା ଏପରି ନିଷ୍ପତ୍ତି ନେଇଛନ୍ତି ।