ବେଙ୍ଗାଲୁରୁ: ଏ ଯାଏ ପଡି ପାରିଲାନାହିଁ କର୍ଣ୍ଣାଟକ ନାଟକର ଯବନିକା । 22 ଜୁଲାଇ ଯାଏ ସ୍ଥଗିତ ରହିଲା କର୍ଣ୍ଣାଟକ ବିଧାନସଭା । ରାଜ୍ୟପାଳଙ୍କ ଆଦେଶ ପରେ ବି ବିଧାନସଭାରେ ବହୁମତ ସାବ୍ୟସ୍ତ ପ୍ରକ୍ରିୟା ପୁରା ହୋଇ ପାରିଲା ନାହିଁ ।
ଜୁଲାଇ 22 ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ସେହି ଦିନ ହିଁ ବହୁମତ ଉପରେ ଆଲୋଚନା ହେବା ପରେ ଆସ୍ଥା ଭୋଟ ହେବ । ଶୁକ୍ରବାର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ସଂଧ୍ୟା 6ଟା ସୁଦ୍ଧା ବିହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।