ବେଙ୍ଗାଲୁରୁ: ଶେଷ ବର୍ଷ ଡାକ୍ତରୀ ଛାତ୍ରଙ୍କୁ କୋଭିଡ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି କର୍ଣ୍ଣାଟକ ସରକାର । ସେମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦେଇ କାର୍ଯ୍ୟରେ ଲଗାଇଲେ କୋଭିଡ ପରିଚାଳନାରେ ସହାୟକ ହେବ ବୋଲି ମେଡିକାଲ ଶିକ୍ଷାମନ୍ତ୍ରୀ କେ.ସୁଧାକର କହିଛନ୍ତି । ଏହାସହ ଏମବିବିଏସ ସିଟ 2000 ଓ ଗ୍ରାଜୁଏଟ ସିଟ 10ହଜାର ବୃଦ୍ଧି କରିବା ପାଇଁ ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କୋରୋନାରୁ ସୁସ୍ଥ ହେବା ପରେ, ଏବେ ସେ ହୋମକ୍ବାରେଣ୍ଟାଇନରେ ରହିଛନ୍ତି ।
ଫଳରେ ମୋଦିଙ୍କ କୋଭିଡ ପରିଚାଳନା ବୈଠକରେ ଯୋଗ ଦେଇପାରିଥିଲେ । ତାଙ୍କ ସ୍ଥାନରେ ଦୁଇ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ କେ. ସୁଧାକର ଓ ଉପମୁଖ୍ୟମନ୍ତ୍ରୀ ସି.ଏନ ଅଶ୍ବାଥ ନାରାୟଣ ଏଥିରେ ସାମିଲ ହୋଇଥିଲେ । ମୃତ୍ୟୁ ହାରକୁ 1 ପ୍ରତିଶତ କମ କରିବାକୁ ରାଜ୍ୟ ସରକାର ଲକ୍ଷ ରଖିଛନ୍ତି । ଏବଂ ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ କର୍ଣ୍ଣାଟକ ସରାକାର ଜାରି ରଖିଛନ୍ତି ବୋଲି ସେ କହିଥିଲେ ।
10ଟି ରାଜ୍ୟରେ 80 ପ୍ରତିଶତ କୋଭିଡ ମାମଲା ଅଧିକ ରହିଛି । କୋରୋନାକୁ ପ୍ରତିହତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ସ୍ଥିତି ନେଇ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରିଥିଲେ ।
@ IANS