ETV Bharat / bharat

ଆନ୍ଧ୍ରପ୍ରଦେଶ 19, ବିହାର 4 ଓ କର୍ଣ୍ଣାଟକରେ 17 କୋଭିଡ-19 ପଜିଟିଭ

ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆନ୍ଧ୍ରପ୍ରଦେଶରେ ଆହୁରି 19ଟି କୋଭିଡ-19 ମାମଲା ରିପୋର୍ଟ ହୋଇଥିବାବେଳେ କର୍ଣ୍ଣାଟକରେ 17ଟି ଓ ବିହାରରେ4ଟି ସଂଖ୍ୟା ପଜିଟିଭ ମିଳିଛି । ଅଧିକ ପଢନ୍ତୁ...

author img

By

Published : Apr 15, 2020, 2:20 PM IST

bihar 4 COVID19 cases reported today
କର୍ଣ୍ଣାଟକରେ 17ଟି କୋଭିଡ-19 ପଜିଟିଭ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଆହୁରି 19ଟି କୋଭିଡ-19 ମାମଲା ରିପୋର୍ଟ ହୋଇଛି । ପଶ୍ଚିମ ଗୋଦାବରୀରେ 8, କୁର୍ନୁଲରେ 6, ଗୁଣ୍ଟୁରରେ 4 ଏବଂ କୃଷ୍ଣ ଜିଲ୍ଲାରେ 1 ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟରେ ସମୁଦାୟ ପଜିଟିଭ କୋରୋନା ଭାଇରସ ମାମଲା ବର୍ତ୍ତମାନ 502ରେ ପହଞ୍ଚିଛି । ଯେଉଁଥିରେ 475ଟି ପଜିଟିଭ ମାମଲା ଥିବାବେଳେ, 16 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ଏବଂ 11 ଜଣଙ୍କର ପ୍ରାଣହାନୀ ଘଟିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ-19 ନୋଡାଲ୍ ଅଧିକାରୀ ।

ସେହିପରି କର୍ଣ୍ଣାଟକରେ ମଧ୍ୟ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଆହୁରି 17ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ସମୁଦାୟ କୋରୋନା ଭାଇରସ ପଜିଟିଭ ବର୍ତ୍ତମାନ 277ରେ ପହଞ୍ଚିଛି । ଯେଉଁଥିରେ 75 ଜଣ ଡିସଚାର୍ଜ ହୋଇଥିବାବେଳେ, 11 ଜଣଙ୍କର ମୃତ୍ୟୁ ଘଟିଛି । 17 ଟି ନୂତନ ମାମଲା ମଧ୍ୟରୁ 9ଟି ମହିସୁରୁର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀର କର୍ମଚାରୀ ବୋଲି କହିଛନ୍ତି କର୍ଣ୍ଣାଟକ ସରକାର ।

ଅନ୍ୟପଟେ ବିହାରରେ ଆହୁରି 4 ଟି ମାମଲା ରିପୋର୍ଟ ହେବା ପରେ ବିହାରରେ ମୋଟ ପଜିଟିଭ ମାମଲା 70କୁ ବୃଦ୍ଧି ପାଇଥିବା ବେଳେ ଜଣଙ୍କର ମୃତ୍ୟୁହୋଇଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ସଞ୍ଜୟ କୁମାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.