ETV Bharat / bharat

ଚାରିଧାମ ଯାତ୍ରା ହେଲା ଅନ୍ତିମ ଯାତ୍ରା, ହୃଦଘାତରେ ଆଖି ବୁଜିଲେ ମହିଳା ତୀର୍ଥଯାତ୍ରୀ - kedarnath

ବଦରୀ-କେଦାରନାଥ ଯାତ୍ରାରେ ବାହାରି ଆଖି ବୁଜିଲେ ମହିଳା ତୀର୍ଥଯାତ୍ରୀ । କେଦାରନାଥଙ୍କ ଦର୍ଶନ ପୂର୍ବରୁ ହୃଦଘାତରେ ଚାଲିଗଲା ମହିଳା ଯାତ୍ରୀଙ୍କ ଜୀବନ ।

ପ୍ରତିକାତ୍ମକ ଫଟୋ
author img

By

Published : May 13, 2019, 7:20 PM IST

ଡେରାଡୁନ: ଆରମ୍ଭ ହୋଇଛି କେଦାରନାଥ ଦର୍ଶନ । ଭୋଳାବାବାଙ୍କ ଦର୍ଶନ ଲାଗି ଛୁଟି ଆସୁଛନ୍ତି ମାଳ ମାଳ ଭକ୍ତ । ତେବେ ବଦରୀ-କେଦାରନାଥ ଯାତ୍ରା କରୁଥିବା ଏକ 35 ଜଣିଆ ସଦସ୍ୟ ବିଶିଷ୍ଟ ଦଳରେ ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ବଦ୍ରିନାଥଙ୍କ ଦର୍ଶନ ପରେ ଉକ୍ତ ଯାତ୍ରୀଙ୍କ ଦଳ କେଦାରନାଥ ଯାତ୍ରା ପାଇଁ ବାହାରି ପଡିଥିଲେ । ଇତିମଧ୍ୟରେ ବଦ୍ରିନାଥ ହାଇୱେ ନିକଟରେ ଥିବା ନଗରାସୁର ଏକ ହୋଟେଲରେ ଉକ୍ତ ଯାତ୍ରୀ ବିଶ୍ରାମ ନେଉଥିଲେ । ସେହି ସମୟରେ କର୍ଣ୍ଣାଟକ ନିବାସୀ ଭେଙ୍କଟା ସୁବମ୍ମାଙ୍କ ପତ୍ନୀ ଚିନ୍ନାଭେଙ୍କଟା ରେଡ୍ଡୀ (49)ଙ୍କର ହୃଦଘାତରେ ମୃତ୍ୟୁ ଘଟିଲା । ଉକ୍ତ ଦମ୍ପତ୍ତି କର୍ଣ୍ଣାଟକରୁ କେଦାରନାଥ ଯାତ୍ରାରେ ଆସିଥିଲେ । ସେପଟେ ପରିବାର ପକ୍ଷରୁ ତାଙ୍କ ମରଶରୀରକୁ ବ୍ୟବଚ୍ଛେଦ କରିବା ପାଇଁ ଦାବି ହୋଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.