ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କୋରୋନା ପିଜିଟିଭ ଚିହ୍ନଟ । ଏନେଇ ଟ୍ବିଟ ଯୋଗେଁ ନିଜେ ସୂଚନା ଦେଇଛନ୍ତି ୟେଦୁରପ୍ପା ।
ତେବେ ସେ ସୁସ୍ଥ ଅଛନ୍ତି ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଟ୍ବିଟରେ ଲେଖିଛନ୍ତି । ଏଥିସହିତ ଯେଉଁମାନେ ଗତ କିଛି ଧରି ତାଙ୍କର ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ସଂଗରୋଧରେ ରହିବାକୁ ୟେଦୁରପ୍ପା ଅନୁରୋଧ କରିଛନ୍ତି ।
ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଓ ଗୃହମନ୍ତ୍ରୀ ଅମିତ ଶାହା ସଂକ୍ରମିତ ହୋଇସାରିଛନ୍ତି । ଫଳରେ ଦ୍ବିତୀୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ୟେଦୁରପ୍ପା କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ