ବେଙ୍ଗାଲୁରୁ: କର୍ଣ୍ଣାଟକରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ସରକାରର କ୍ୟାବିନେଟ ବିସ୍ତାର ହେବାନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି ।
ମଙ୍ଗଳବାର କ୍ୟାବିନେଟ ବିସ୍ତାର ହେବାକୁ ଥିବା ବେଳେ ସେହି ଦିନ ବିଧାୟକ ଦଳର କୌଣସି ବୈଠକ ନହେବା ନେଇ ବୋଲି ୟେଦୁରପ୍ପା କହିଛନ୍ତି । ତେବେ ଆଗାମୀ 3-4 ଦିନ ମଧ୍ୟରେ ବିଧାୟକ ଦଳ ବୈଠକ ହେବ ବୋଲି ଜଣାପଡିଛି ।
କର୍ଣ୍ଣାଟକରେ ବିନା ମନ୍ତ୍ରୀ ପରିଷଦରେ ସରକାର ଚଳାଉଥୁବା ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଦିଲ୍ଲୀ ଯାଇ ଶନିବାର ଅମିତ ଶାହଙ୍କୁ ଭେଟିଛନ୍ତି । ଶାହଙ୍କ ସହ ଆଲୋଚନା ପରେ କର୍ଣ୍ଣାଟକ କ୍ୟାବିନେଟକୁ ଅନ୍ତିମ ରୂପ ଦେବା ନେଇ ପୂର୍ବରୁ ୟେଦୁରପ୍ପା କହିଥିଲେ ।