ETV Bharat / bharat

କେନ୍ଦ୍ରୀୟ ନିଷ୍ପତ୍ତି ଅପେକ୍ଷାରେ କର୍ଣ୍ଣାଟକ ବିଜେପି

author img

By

Published : Jul 25, 2019, 10:58 AM IST

କର୍ଣ୍ଣାଟକର ବିଜେପି ନେତାମାନେ ରାଜ୍ୟରେ ସରକାର ଗଠନ ନିମନ୍ତେ କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି । କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ଆଜି ସେମାନଙ୍କ ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ରୀୟ ନେତୃତ୍ବ ଯାହା ପରାମର୍ଶ ଦେବେ, ତାହା ହିଁ କର୍ଣ୍ଣାଟକ ବିଜେପି ପାଳନ କରିବ ।

ଡିଜାଇନ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ନେତାମାନେ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଭେଟିବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି । ଭେଟିବାକୁ ଯାଇଥିବା ନେତାମାନେ ହେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର, ମଧୁସ୍ବାମୀ ଓ ଅରବିନ୍ଦ ଲିମ୍ବାଓ୍ବଲୀ । ସେମାନେ ଆଜି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ନେତାମାନେ କର୍ଣ୍ଣାଟକ ପାଇଁ ନିଷ୍ପତ୍ତି ଗ୍ରହଣ କରିବେ ।

କର୍ଣ୍ଣାଟକରେ ନୂତନ ସରକାର ଗଠନ କରିବା ପାଇଁ ରଣନୀତି ଓ ଯୋଜନା ବିଷୟରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରାଯିବ ବୋଲି କର୍ଣ୍ଣାଟକ ବିଜେପି ନେତା ଅରବିନ୍ଦ ଲିମ୍ବାଓ୍ବଲୀ କହିଛନ୍ତି । ଏହି କ୍ରମରେ ସେମାନେ ଅମିତ ଶାହ, ଜେପି ନଡ୍ଡା ଓ ଅନ୍ୟାନ୍ୟ ନେତାଙ୍କୁ ଭେଟିବେ ବୋଲି ସେ ପ୍ରକାଶ କରିଛନ୍ତି ।

କୁମାରସ୍ବାମୀ ସରକାର ସଂଖ୍ୟାଗରିଷ୍ଠ ପ୍ରମାଣ ଦେବାରେ ବିଫଳ ହେବାପରେ କର୍ଣ୍ଣାଟକରେ ବିଜେପିର ସରକାର ଗଠନ ପାଇଁ ଆଶା ଉଜ୍ଜୀବିତ ହୋଇଛି ।

Intro:Body:

TEST

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.