ETV Bharat / bharat

ଶାହିନ ବାଗ ଗୁଳିକାଣ୍ଡ: 2ଦିନିଆ ରିମାଣ୍ଡରେ କପିଲ - ଶାହିନ ବାଗ ଗୁଳିକାଣ୍ଡ

ଶାହିନ ବାଗ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ କପିଲ ଗୁଜରକୁ 2 ଦିନିଆ ପୋଲିସ ରିମାଣ୍ଡରେ ପଠାଇଲେ ସାକେତ କୋର୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର @ANI
ଫଟୋ ସୌଜନ୍ୟ: ଟ୍ବିଟର @ANI
author img

By

Published : Feb 2, 2020, 4:45 PM IST

ନୂଆଦିଲ୍ଲୀ: ଶାହିନ ବାଗ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ କପିଲ ଗୁଜରକୁ ସାକେତ କୋର୍ଟ 2ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି । କପିଲକୁ ଗୁରୁବାର ପୋଲିସ କୋର୍ଟରେ ହାଜର କରିବା ସହ ରିମାଣ୍ଡ ପାଇଁ ଅପିଲ କରିଥିଲା ଦିଲ୍ଲୀ ପୋଲିସ । ଶାହିନ ବାଗରେ ପ୍ରଦର୍ଶନ ସମୟରେ କପିଲ ଗୁଳି ଚଳାଇଥିଲା । ପୋଲିସ ଏବେ କପିଲକୁ ରିମାଣ୍ଡରେ ନେଇ ପଚରା ଉଚୁରା କରିବା ସହ ଘଟଣା ପଛରେ କିଛି ଷଡଯନ୍ତ୍ର କିମ୍ବା କୌଣସି ସଙ୍ଗଠନର ହାତ ଅଛି କି ନାହିଁ ଏବାବଦରେ ଅଧିକ ତଦନ୍ତ କରିବ ।

ଦିଲ୍ଲୀର ଶାହିନ ବାଗରେ ଗତ ଦେଢ ମାସ ଧରି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ପ୍ରଦର୍ଶନ ସମୟରେ କପିଲ ଗୁଳି ଚଳାଇଥିଲା । ସେ ଯୁକ୍ତ 2 ଡ୍ରପଆଉଟ ହୋଇଥିବାବେଳେ କୌଣସି ସଙ୍ଗଠନ ସହ ଜଡିତ ନଥିବା ନିଜ ବୟାନରେ କହିସାରିଛି । ପୂର୍ବରୁ ଜାମିଆ ଅଞ୍ଚଳରେ ପ୍ରଦର୍ଶନ ସମୟରେ ଜଣେ ନାବାଳକ ଗୁଳି ଚଳାଇଥିଲା । ଏଥିରେ ଜାମିଆର ଜଣେ ଛାତ୍ର ଆହତ ହୋଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.