ପାଟନା: ସିପିଆଇ ନେତା କହ୍ନେୟା କୁମାର ସମ୍ପୂର୍ଣ୍ଣ ବିହାରରେ ଜନ-ଗଣ-ମନ ଯାତ୍ରା କରିଛନ୍ତି । ଏହି ଯାତ୍ରାରେ ସେ ପାଟନା ସହରରେ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଏ ଅବସରେ ସେ କହିଛନ୍ତି,‘ପାଟନାରେ ପରୀକ୍ଷାର୍ଥୀଙ୍କୁ ପୋଲିସ ମାଡ ମାରୁଛି ମାତ୍ର ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଲିଟ୍ଟି ଚୋଖା ଖାଉଛନ୍ତି’ ।
ସେ କହିଛନ୍ତି,‘ଦେଶର ସମ୍ବିଧାନ ବିପଦରେ ପଡିଲେ ଦେଶର ନାଗରିକ ହିଁ ସମସ୍ୟାର ସମ୍ମୁଖୀନ ହେବେ । କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକୁ ସମାପ୍ତ କରିବା ପାଇଁ ସମସ୍ତଙ୍କୁ ଏକଜୁଟ୍ ହେବାକୁ ପଡିବ । ସମସ୍ତେ ବୁଝି ବିଚାରି ପଦକ୍ଷେପ ନିଅନ୍ତୁ । ଏହି ଯାତ୍ରାକୁ ବନ୍ଦ କରିବା ପାଇଁ ଅନେକ ଚେଷ୍ଟା କରାଯାଇଛି ମାତ୍ର ଲୋକଙ୍କ ସମର୍ଥନ ଏହି ଯାତ୍ରାକୁ ସଫଳ କରିଛି’ ।
ପ୍ରକାଶଥାଉକି, କହ୍ନେୟା କୁମାର ଜନ-ଗଣ-ମନ ଯାତ୍ରାରେ ସମ୍ପୂର୍ଣ୍ଣ ବିହାର ଯାତ୍ରା କରୁଛନ୍ତି । ସିଏଏ, ଏନପିଆର, ଏନଆରସି ବିରୋଧରେ ଏହି ଯାତ୍ରା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ