ETV Bharat / bharat

ସୁନା ଚାନ୍ଦିର ଭବ୍ୟ ପୋଷାକରେ ସଜେଇହେଲେ ଶ୍ରୀକୃଷ୍ଣ ଭଗବାନ

ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥାବାରୁ ଏଠାରେ ଜନ୍ମାଷ୍ଟମୀ ଉତ୍ସବ ବେଶ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ ।

author img

By

Published : Aug 24, 2019, 11:31 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଲକ୍ଷ୍ନୌ: ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଇଁ ଉତ୍ସବ ମୁଖର ସମଗ୍ର ଦେଶ । ଏନେଇ କୃଷ୍ଣଙ୍କ ଜନ୍ମସ୍ଥଳୀ ଉତ୍ତରପ୍ରଦେଶର ମଥୁରାରେ ବିଶେଷ ଆୟୋଜନ କରାଯାଇଛି । ମଥୁରାନଗରୀରେ ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣଙ୍କୁ ନାନାଦି ଆଭୁଷଣରେ ସଜା ଯାଇଛି । ଜନ୍ମୋତ୍ସବ ପାଇଁ ଶ୍ରୀ କୃଷ୍ଣ ସେବା ସଂସ୍ଥାନ ପକ୍ଷରୁ ପ୍ରଭୁଙ୍କ ପାଇଁ ବିଶେଷ ପୋଷାକ ତିଆରି କରାଯାଇଛି । ମୁମ୍ବାଇର କାରୀଗର ମାନେ ଗତ 3 ମାସ ଧରି ଏହି ବିଶେଷ ସୁନା-ରୂପାରେ ନିର୍ମିତ ଏହି ଭବ୍ୟ ପୋଷାକ ତିଆରି କରିଛନ୍ତି ।

ଏନେଇ ଢୋଲ ବାଜା ବାଜି ଏହି ପୋଷାକ ମନ୍ଦିରରେ ପ୍ରବେଶ କରାଯାଇଥିଲା । ଏହାପରେ ଆଜି ଭଗବାନ ଶ୍ରୀକୃଷ୍ଣଙ୍କୁ ପିନ୍ଧାଯାଇଛି । ପୁଷ୍ପ ତେଜ ମହଲ ବଙ୍ଗଳାରେ ବିରାଜମାନ ହୋଇଛନ୍ତି ପ୍ରଭୁ । ମୃଙ୍ଗାକ କୌମୁଦୀ ପୋଷାକ ପିନ୍ଧି ଶ୍ରଦ୍ଧାଳୁଙ୍କୁ ଅଦ୍ଭୁତ ଦର୍ଶନ ଦେଉଛନ୍ତି । ଭକ୍ତଙ୍କ ଏପରି ଶ୍ରଦ୍ଧା ଦେଖି ପ୍ରତ୍ୟେକ ବର୍ଷ ଏହିପରି ବିଶେଷ ଭବ୍ୟ ପୋଷାକ ତିଆରି କରାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.