ETV Bharat / bharat

ଦେଶବାସୀଙ୍କ ଅର୍ଥରେ ନିର୍ବାଚନ ଲଢିବେ କହ୍ନେୟା

author img

By

Published : Mar 26, 2019, 11:45 PM IST

ଟିକେଟ୍‌ ମିଳିବା ପରେ ନିର୍ବାଚନ ଲଢିବା ପାଇଁ ସାଧାରଣ ଲୋକଙ୍କଠୁ ଚାନ୍ଦା ଆଦାୟ କରୁଛନ୍ତି କହ୍ନେୟା କୁମାର । ତାଙ୍କର ଏହି ପ୍ରୟାସ ସଫଳ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଛି ବିହାର ରାଜନୀତି । ସେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ହେଉ ଅବା କଂଗ୍ରେସ ଆରଜେଡିର ମହା ମେଣ୍ଟ । ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତରେ ଲାଗି ପଡିଛନ୍ତି । ତେବେ ନିକଟରେ ବିହାରରେ ହୋଇଥିବା ମହାମେଣ୍ଟରେ ସ୍ଥାନ ପାଇନଥିବା ଜେଏନୟୁର ଛାତ୍ର ସଙ୍ଘରପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାରକୁ ଟିକେଟ୍‌ ଦେଇଛି ବାମ ଦଳ । ସେ ବେଗୁସରାଇରୁ ନିର୍ବାଚନ ଲଢିବେ ।

ତେବେ ଟିକେଟ୍‌ ମିଳିବା ପରେ ନିର୍ବାଚନ ଲଢିବା ପାଇଁ ସେ ସାଧାରଣ ଲୋକଙ୍କଠୁ ଚାନ୍ଦା ଆଦାୟ କରୁଛନ୍ତି । ତାଙ୍କର ଏହି ପ୍ରୟାସ ସଫଳ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । କହ୍ନେୟା କୁମାରଙ୍କ ଆବେଦନର କିଛି ଘଣ୍ଟା ମଧ୍ୟରେ ହିଁ 5 ଲକ୍ଷ ଟଙ୍କା ଚାନ୍ଦା ମିଳିଛି ତାଙ୍କୁ ।

ତେବେ ନିର୍ବାଚନ ପାଇଁ ପାଖାପାଖି 70 ଲକ୍ଷ ଟଙ୍କା ଚାନ୍ଦା ଆଦାୟ କରିବାର ଲକ୍ଷ ରଖିଛନ୍ତି ସେ । ଏକ ୱେବସାଇଟ୍‌ ଜରିଆରେ ସେ ଏହି ଟଙ୍କା ଆଦାୟ କରୁଛନ୍ତି । ଏଥିପାଇଁ ସେ ଏକ ଟ୍ବିଟ୍‌ କରି ୱେବସାଇଟ୍‌ର ଲିଙ୍କ ମଧ୍ୟ ଦେଇଛନ୍ତି । ଏହି ଟ୍ବିଟରେ ସେ ଲେଖିଛନ୍ତି, ଯେପରି ଗୋଟିଏ ଗୋଟିଏ ବୁନ୍ଦା ପାଣିରୁ ମାଠିଆ ଭରେ, ଗୋଟିଏ ଗୋଟିଏ ଇଟାରୁ ଘର ନିର୍ମାଣ ହୁଏ ସେହିଭଳି ଟଙ୍କାଟିଏ ସହଯୋଗରୁ ଶୋଷିତ ଏବଂ ବଞ୍ଚିତ ଜନତାଙ୍କ ସ୍ବର ସଂସଦ ଯାଏଁ ପହଁଚାଇବାର ଏହି ଲଢେଇ ଲଢାଯାଇ ପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.