ETV Bharat / bharat

କମଲେଶ ତିୱାରୀ ହତ୍ୟାକାଣ୍ଡ: ହୋଟଲରୁ ମିଳିଲା ରକ୍ତଭିଜା ଛୁରୀ

author img

By

Published : Oct 20, 2019, 10:31 PM IST

ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ କମଳେଶ ତିୱାରୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ବଡ ଖୁଲାସା ହେଉଛି । ପୋଲିସକୁ କମଲେଶଙ୍କୁ ହତ୍ୟା କରାଯାଇଥିବା ରକ୍ତ ଲଗା ଛୁରୀ ମିଳିଛି ହୋଟଲରୁ ମିଳିଛି । ଅଧିକ ପଛନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ କମଳେଶ ତିୱାରୀ ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ବଡ ଖୁଲାସା ହେଉଛି । ଏହି ଘଟଣାର ମାଷ୍ଟରମାଇଣ୍ଡଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି । ଏବେ ହତ୍ୟାକାଣ୍ଡର ବିଭିନ୍ନ ସୁରାକ ପୋଲିସ ହାତରେ ଲାଗିଛି । ପୋଲିସକୁ କମଲେଶଙ୍କୁ ହତ୍ୟା କରାଯାଇଥିବା ରକ୍ତଲଗା ଛୁରୀ ମିଳିଛି ହୋଟଲରୁ ମିଳିଛି ।

kamlesh tiwari murdered case
ଫଟୋ ସୌଜନ୍ୟ: ଇଟିଭି ଭାରତ

ସୂଚନା ଅନୁସାରେ କମଲେଶ ତିୱାରୀଙ୍କ ହତ୍ୟା ଅଭିଯୁକ୍ତ ସୁରତ ଓ ଲକ୍ଷ୍ନୌ ଆସିବା ପରେ ଲାଲବାଗର ହୋଟଲ ଖାଲସାରେ ଇନରେ ରହିଥିଲେ । ହୋଟଲ କର୍ତ୍ତୃପକ୍ଷ ଶନିବାର ଏହି ସୂଚନା ପୋଲିସକୁ ଦେଇଥିଲେ । ପୋଲିସ ହତ୍ୟାକାରୀ ଅଟକିଥିବା ରୁମ ନମ୍ବର ଜି-103 ରୁ ରକ୍ତ ଭିଜା ଭଗୱା ରଙ୍ଗର କପଡା ଓ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିଛି ।

kamlesh tiwari murdered case
ଫଟୋ ସୌଜନ୍ୟ: ଇଟିଭି ଭାରତ

ପୋଲିସ ସୂଚନା ଅନୁସାରେ ଏହି ଛୁରୀରେ କମଲେଶଙ୍କ ଗଳା କାଟି ହତ୍ୟା କରାଯାଇଥିଲା । ବର୍ତ୍ତମାମ ଫରୋନସିକ ଟିମ୍‌ର ରିପୋର୍ଟକୁ ଅପେକ୍ଷା ରହିଥିବା କହିଛି ପୋଲିସ । ପୋଲିସ ହୋଟଲରୁ ଭଗୱା ରଙ୍ଗର କପଡା, ଛୁରୀ, ବ୍ୟାଗ ବ୍ୟତୀୟ ସେଭିଂ କ୍ରିମ, ବ୍ଲେଡ ସମେତ ଅନେକ ସାମଗ୍ରୀ ଜବତ କରିଛି । ହତ୍ୟା ଅଭିଯୁକ୍ତ ଯୁବକ ଆଇଡି କାର୍ଡ ଭାବରେ ନିଜ ନିଜ ଆଧାର କାର୍ଡ ଦାଖଲ କରିଥିଲା ପୋଲିସ କହିଛି । ଆଧାର କାର୍ଡରୁ ପୋଲିସ ସୁଟତ ନିବାସୀ ଶେଖ ଅଶଫାକ ହୁସେନ ଏବଂ ପଠାନ ମୋଇନୁଦ୍ଦୀନ ଅହମ୍ମଦ ଭାବେ ଚିହ୍ନଟ କରାଯାଇଛି ।

kamlesh tiwari murdered case
ଫଟୋ ସୌଜନ୍ୟ: ଇଟିଭି ଭାରତ

ଏଠାରେ ସୂଚନା ଯୋଗ୍ୟ ଯେ ଶୁକ୍ରବାର ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ କମଳେଶ ତିୱାରୀଙ୍କୁ ତାଙ୍କ ବାସଗୃହସ୍ଥିତ ଅଫିସରେ ଗୁଳି ମାରି ଓ ଛୁରୀରେ ଗଳା କାଟି ହତ୍ୟା କରାଯାଇଥିଲା । ମିଠେଇ ଡବାରେ ଅଭିଯୁକ୍ତମାନେ ଛୁରୀ ନେଇ ଆସିଥିଲେ । ସିସିଟିଭି ଫୁଟେଜରେ ଦୁଇ ଅଭିଯୁକ୍ତ ଗେରୁଆ ବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସିସିଟିଭି ଫୁଟେଡ ପରେ ପୋଲିସର ଖୋଳତାଡ ଆରମ୍ଭ ହେବା ସହ ଦୁଇ ଦିନ ଭିତରେ 5 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ହାଇପ୍ରୋଫାଇଲ ମଡର୍ର କେସକୁ ନେଇ ସାରା ଦେଶରେ ଆଲୋଡନ ଖେଳି ଯାଇଛି ।

Intro:Body:

y

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.